www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପିପିଲି :ପିପିଲି ବ୍ଳକ ଅନ୍ତର୍ଗତ ନୂଆଶାସନ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନପ୍ରଭା ସାମନ୍ତରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ପିପିଲି ବ୍ଲକ ଶିକ୍ଷାଧିକାରୀ ରବି ନାରାୟଣ ନନ୍ଦ, ଜବାହର ବିଦ୍ୟାପୀଠର ପ୍ରଧାନଶିକ୍ଷକ ପୀତବାସ ସେଠୀ, ଏବିଇଓ ସାହେବ ପାତ୍ର, ନୂଆଶାସନ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଚୈତନ୍ୟ ସେଠୀ, ଦାଣ୍ଡମୁକୁନ୍ଦପୁର କ୍ଲଷ୍ଟର ସଂଯୋଜକ ରମେଶ ଚନ୍ଦ୍ର ଦାସ, ପିପିଲି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁକାନ୍ତ କୁମାର ନାୟକ, ନୂଆଶାସନ କ୍ଲଷ୍ଟର ସଂଯୋଜକ ଅକ୍ଷୟ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର ସାହୁ, ଉପସଭାନେତ୍ରୀ ସୁମିତ୍ରା ବେହେରା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବନପ୍ରଭା ସାମନ୍ତରାଙ୍କ ଛାତ୍ରବତ୍ସଳତା, ଶିକ୍ଷା ପ୍ରଦାନ କ୍ଷେତ୍ରରେ ତାଙ୍କର ନିଷ୍ଠା, ତ୍ୟାଗ, ସମୟାନୁବର୍ତ୍ତିତା, କର୍ମତତ୍ପରତା ଆଦି ସଂପର୍କରେ ଆଲୋକପାତ କରିଥିଲେ। ନିଜର ୩୬ବର୍ଷର ଚାକିରି ଜୀବନ ଓ ଶିକ୍ଷାଦାନର ଅନୁଭୂତିକୁ ସ୍ୱରଚିତ କବିତା ମାଧ୍ୟମରେ ଶ୍ରୀମତୀ ସାମନ୍ତରା ବର୍ଣ୍ଣନା କରିଥିଲେ। ଏହି ଅବସରରେ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିସରରେ ନବନିର୍ମିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ନୂଆଶାସନ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କାର୍ତ୍ତିକ ବେହେରା, ତପନ କୁମାର ମହାପାତ୍ର ଓ ନୂଆଶାସନ କ୍ଲଷ୍ଟର ସଂଯୋଜକ ଅକ୍ଷୟ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories