www.samajalive.in
Tuesday, December 9, 2025
16.1 C
Bhubaneswar

ବଚସା ପରେ ଛାଡ଼ି ଚାଲିଗଲେ ଜେଜେ; ଚାରିଆଡ଼େ ଖୋଜୁଛି ନାତୁଣୀ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ସୁଗୋ ନିକଟସ୍ଥ ଧାନସିମୁଳିଆ ଗାଁର ସ୍ୱର୍ଗତଃ ଗୌରାଙ୍ଗ ଚାନ୍ଦଙ୍କ ଦେହାନ୍ତ ପରେ ତାଙ୍କ କନ୍ୟାଝିଅ ଦେବସ୍ମିତା (୨୨) ନିରାଶ୍ରୟ ହୋଇ ପଡ଼ିଛନ୍ତି । ଏନେଇ ବାରିପଦାସ୍ଥିତ ମହିଳା ସୁରକ୍ଷା ମଞ୍ଚର ରାଜ୍ୟ ସଭାପତି ନିରୂପମା ସାହୁ ତାଙ୍କୁ ଆଶ୍ରୟ ଦେବା ସହ ପାଠପଢ଼ା ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । ସମ୍ପ୍ରତି ଯୁବତୀ ଜଣକ ବାରିପଦାର ଏକ ମହାବିଦ୍ୟାଳୟରେ ଯୁକ୍ତତିନି ପାଠ ପଢ଼ୁଥିବା ଜଣାଯାଇଛି । କିନ୍ତୁ ଗତ ଏପ୍ରିଲ ୧ତାରିଖ ଦିନ ତାଙ୍କ ଜେଜେ ରାମକୃଷ୍ଣ ଚାନ୍ଦ ଘରେ ସାମନ୍ୟ ବଚସା ହୋଇ କୁଆଡ଼େ ଚାଲି ଯାଇଛନ୍ତି ।

ଜେଜେଙ୍କୁ ଝୁରି ଝୁରି ନାତୁଣୀ ଦେବସ୍ମିତା ପୁରୀ, କଲକାତା, ବାଲେଶ୍ୱର, ଭୁବନେଶ୍ୱର ପ୍ରଭୃତି ସ୍ଥାନରେ ଖୋଜି ଖୋଜି ହାଲିଆ ହୋଇ ପଡ଼ିଛନ୍ତି । ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଜେଜେ କୁଆଡ଼େ ଫୁଲ ବିକୁଥିବା ସମ୍ପର୍କରେ ଖବରପାଇ ନାତୁଣୀ ଦେବସ୍ମିତା ଏବଂ ଉକ୍ତ ମଞ୍ଚର ସଭାପତି ନିରୂପମା ସାହୁ ଏଠାରେ ପହଞ୍ଚି ଦୋକାନୀ ଓ ଅଞ୍ଚଳବାସୀଙ୍କୁ ଜେଜେ ରାମକୃଷ୍ଣଙ୍କ ଫଟୋ ଦେଖାଇ ସନ୍ଧାନ ନେଉଛନ୍ତି । କିନ୍ତୁ ଏଭଳି ଲୋକଙ୍କୁ ପଞ୍ଚଲିଙ୍ଗେଶ୍ୱରରେ ଦେଖିବାକୁ ପାଇନାହାଁନ୍ତି ବୋଲି ଅଞ୍ଚଳବାସୀଙ୍କଠାରୁ ଶୁଣିବା ପରେ ମନ ଦୁଃଖରେ ଖୋଜୁଛନ୍ତି ନାତୁଣୀ । ପଞ୍ଚଲିଙ୍ଗେଶ୍ୱର ଶୈବପୀଠ, ପାର୍କିଂଷ୍ଟାଣ୍ଡ ତଥା ବିଭିନ୍ନ ସ୍ଥାନରେ ପ୍ରାୟ ଦୀର୍ଘ ୫/୭ଘଣ୍ଟା ଖୋଜିବା ପରେ ନିରାଶ ହୋଇ ନାତୁଣୀ ଫେରି ଯାଇଛନ୍ତି ।

- Advertisement -

ସୂଚନା ଯେ, ରାମକୃଷ୍ଣ ପେଶାରେ ଜଣେ କଳାକାର । ସେ ବିଭିନ୍ନ ଅଧ୍ୟାତ୍ମିକ କାର୍ଯ୍ୟ ଓ ନୃତ୍ୟଗୀତରେ ରୁଚି ରଖୁଥିବା ଯୋଗୁ ନାତୁଣୀ ଜଣକ ବିଶେଷକରି ତାଙ୍କୁ ଧାର୍ମିକ ପୀଠ ଓ ମଠ ମନ୍ଦିରରେ ଖୋଜୁଥିବା ଜଣାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories