www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ-ଉଜ୍‍ବେକିସ୍ତାନ ମଧ୍ୟରେ ୧୭ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ପ୍ରଥମ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି ଉଜ୍‍ବେକିସ୍ତାନ ରାଷ୍ଟ୍ରପତି ସାବକତ ମିର୍ଜିୟୋଏଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି। ହାଇଦରାବାଦ ହାଉସ୍‍ଠାରେ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ୧୭ଟି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ସେ ଭାରତ ଓ ଉଜ୍‍ବେକିସ୍ତାନ ମଧ୍ୟରେ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ସହିତ ମିଳିତ ସମରାଭ୍ୟାସ ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଏହାବ୍ୟତୀତ ମାସକ ପୂର୍ବରୁ ତାଲିବାନ ପ୍ରତିନିଧିଙ୍କ ସହିତ ତାଙ୍କର ଆଲୋଚନା ହୋଇଥିବା ବିଷୟ ଉଲ୍ଲେଖକରି ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ସେଠାକାର ସରକାର ଓ ତାଲିବାନ ମଧ୍ୟରେ ଆଲୋଚନା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ସମସ୍ୟା କାରଣରୁ ଉଜ୍‍ବେକିସ୍ତାନ ଅନେକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇ ଏହାର ସାମରିକ ସମାଧାନ ପରିବର୍ତ୍ତେ ରାଜନୈତିକ ସମାଧାନ ହେବା ଆବଶ୍ୟକ ବୋଲି ମିର୍ଜିୟୋଏଭ ମତବ୍ୟକ୍ତ କରିଛନ୍ତି। ଗତ ସପ୍ତାହରେ ଆଫଗାନିସ୍ତାନ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ଆସ୍ରଫ ଘନିଙ୍କ ସହିତ ଆଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories