www.samajalive.in
Monday, December 8, 2025
20.1 C
Bhubaneswar

ସରିଲା ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି ବୈଠକ, ପ୍ଲାନ ୧ ଓ ପ୍ଲାନ ୨ ଉପରେ ଆଲୋଚନା

ଡେସ୍କ: ଚଳିତ ବର୍ଷ ରଥଯାତ୍ରାରେ ଦୁଇ ଗୁଣ ଭକ୍ତ ସମାଗମ ହେବା ନେଇ ଅନୁମାନ କରାଯାଇଛି। ସେଥିଲାଗି ପ୍ଲାନ ୧ ଓ ପ୍ଲାନ ୨ ସ୍ଥିର କରାଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ପୁରୀଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଲାଗି ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଏହି ବିଷୟ ଆଲୋଚନା ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଯଦି ପରିସ୍ଥିତି ଠିକ ରହେ ଅର୍ଥାତ କରୋନା ସଂକ୍ରମଣ ବୃଦ୍ଧି ନ ପାଏ ଓ କଟକଣା ଜାରି ନ ହୁଏ, ସେ କ୍ଷେତ୍ରରେ ଆବଶ୍ୟକ ଠାରୁ ଅଧିକ ଦୁଇ ଗୁଣ ଭକ୍ତ ରଥଯାତ୍ରା ଦେଖିବା ଲାଗି ପୁରୀ ଆସିବାର ସମ୍ଭାବନା ରହିଛି। ସେଭଳି ପରିସ୍ଥିତିରେ କିଭଳି ଭିଡ ନିୟନ୍ତ୍ରଣ କରାଯିବ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

ସେହିପରି ପ୍ଲାନ ୨ ଅନୁଯାୟୀ, ଯଦି କଟକଣା ଭଳି ପରିସ୍ଥିତି ରହେ ସେ କ୍ଷେତ୍ରରେ କିଭଳି ରଥଯାତ୍ରା ଆୟୋଜନ ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ୩ ରଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା କାଠ ଖୁବ୍‍ ଶିଘ୍ର ପୁରୀରେ ପହଞ୍ଚିଯିବ। ଏଥିସହ ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହେବ ସେ ବୋଲି ସେ କହିଛନ୍ତି। ରଥଯାତ୍ରା ସମୟରେ ୧୩୦ ଜଣ ଡାକ୍ତର ଓ ୩୯୦ ଜଣ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବାକୁ ବୈଠକରେ ସ୍ଥିର ହୋଇଛି। ଏହାଛଡା ପାନୀୟଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଅଣାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

- Advertisement -

ଜୁଲାଇ ପହିଲାରେ ହେବାକୁ ଥିବା ରଥଯାତ୍ରା ଆଉ ପ୍ରାୟ ୨ ମାସ ବାକିଥିବାରୁ ଜୁନ ଶେଷ ସପ୍ତାହ ସୁଦ୍ଧା ନଳା ସଫା ଏବଂ ରାସ୍ତା ଆଲୋକୀକରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ଜଣାପଡିଛି। ପୌରାଞ୍ଚଳରେ ଥିବା ସବୁ ନଳକୂପ ଓ ପାଣିଟାଙ୍କି ଗୁଡ଼ିକୁ ବିଶୋଧନ କରାଇବା ସହ ଗୋଳିପାଣି ବାହାରୁଥିବା ନଳକୂପ ଓ ପାଇପ ପରିବର୍ତ୍ତନ ପାଇଁ ସ୍ଥିର କରାଯାଇଛି। ଏହାଛଡା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସ୍ୱତନ୍ତ୍ର ରେଳ ଓ ବସ ଚଳାଚଳ, ବସଭଡ଼ା ନିୟନ୍ତ୍ରଣ, ପଲ୍ଲିଶ୍ରୀ ମେଳା, ବର୍ଷାଜଳ ନିଷ୍କାସନ, ଡାକ ଓ ତାର ଏବଂ ସ୍ୱେଚ୍ଛାସେବୀ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। କୋଭିଡ୍‍ କଟକଣା ଯୋଗୁ ବିଗତ ୨ ବର୍ଷ ଧରି ସାଧାରଣ ଭକ୍ତଙ୍କୁ ରଥଯାତ୍ରାରେ ଅଂଶ ଗ୍ରହଣ କରିବାକୁ ବାରଣ କରାଯାଇଥିଲା। ତେବେ ଚଳିତ ବର୍ଷ ସାଧାରଣ ଭକ୍ତଙ୍କୁ ରଥଯାତ୍ରାରେ ଅଂଶ ଗ୍ରହଣ କରିବାକୁ ପ୍ରଶାସନ ଅନୁମତି ଦେଇଥିବାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ରଥଯାତ୍ରରେ ଯୋଗ ଦେବାର ସମ୍ଭାବନା ରହିଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‍ପି କେ.ବି. ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ଓ ଜିଲ୍ଲାର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories