ସମ୍ଭାବ୍ୟ ବାତ୍ୟା ନେଇ ସରକାର ପ୍ରସ୍ତୁତ – ରାଜସ୍ୱ ମନ୍ତ୍ରୀ
ଡେସ୍କ: ସମ୍ଭାବ୍ୟ ବାତ୍ୟାକୁ ନେଇ ଏଯାବତ କୌଣସି ସ୍ପଷ୍ଟ ଚିତ୍ର ମିଳିନଥିଲେ ମଧ୍ୟ ଜିଲ୍ଲାପାଳମାନଙ୍କୁ ଆଗୁଆ ନିର୍ଦ୍ଦେଶ ଦିଆଯିବା ସହ ତୃଣମୂଳ ସ୍ତରରେ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି। ସେ କହିଛନ୍ତି, ରାଜ୍ୟର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।
ମନ୍ତ୍ରୀ କହିଛନ୍ତି ଯେ ପାଣିପାଗ ବିଭାଗ ପକ୍ଷରୁ ସମ୍ପୁର୍ଣ୍ଣ ବାତ୍ୟାର ଦିଗ ସହ ସ୍ଥଳଭାଗ ସ୍ପର୍ଶ ସମୟ, ବର୍ଷା ଓ ପବନର ପ୍ରଭାବ ଉପରେ ସଠିକ ତଥ୍ୟ ମିଳିବା ପରେ ପ୍ରସ୍ତୁତି ଆହୁରି ଜୋରଦାର କରାଯିବ।
Comments are closed.