www.samajalive.in
Wednesday, December 10, 2025
18.1 C
Bhubaneswar

ଅସ୍ଥାୟୀ ମଣ୍ଡପରେ ପଞ୍ଚଠାକୁରାଣୀ

ଫୁଲବାଣୀ: ପ୍ରତି ଦୁଇ ବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା ଆରମ୍ଭ ହୋଇଥିବା ବେଳେ ପଞ୍ଚଦେବୀ ପଞ୍ଚଠାକୁରାଣୀଙ୍କୁ ପଟୁଆରରେ ଆବାହନ ପରେ ହାଟପଦା ସ୍ଥିତ ଅସ୍ଥାୟୀ ମଣ୍ଡପରେ ଅବସ୍ଥାପିତ କରାଯାଇଛି । ଅସ୍ଥାୟୀ ମଣ୍ଡପରେ ମା’ ପୂଜା ପାଉଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ଆରମ୍ଭ ହୋଇଛି । ଶୁକ୍ରବାର ଠାରୁ ପଞ୍ଚଦେବୀ ନଗର ଭ୍ରମରରେ ତାଙ୍କର ଯାତ୍ରା ଆରମ୍ଭ କରିବେ । ତେବେ ଯାତ୍ରା ମଣ୍ଡପଠାରେ ଆରମ୍ଭ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ନଟରାଜ କଳାମନ୍ଦିର ପକ୍ଷରୁ ସଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥିଭାବେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଳାପାଳ ଶେଷଦେବ ମିଶ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଯୁବ ବ୍ୟବସାୟୀ ପ୍ରମୋଦ କୁମାର ସାହୁ ଓ ବରିଷ୍ଠ ଆଇନଜୀବୀ ସିଦ୍ଧେଶ୍ୱର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।

ମଞ୍ଚ ସଂଯୋଜକ ଅଶୋକ ମହାନ୍ତିଙ୍କ ସଂଯୋଜନା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ବିଜୟ ମହାନ୍ତି , ସଭାପତି ପି.ସୁଧାଂଶୁ ସେନାପତି , ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ , ଉପସଭାପତି ସୁଜିତ୍‌ ବେହେରା , ସାଂସ୍କୃତିକ ସଂପାଦକ ଭି.ଲୋକନାଥ ରାଜୁ ଓ ସହ ସଂପାଦକ ସୁମନ ପଟ୍ଟନାୟକ , ପାର୍ଥ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଦୀର୍ଘ ୪ ବର୍ଷ ପରେ ପଞ୍ଚଦେବୀ ଯାତ୍ରା କରିବାକୁ ଆସିଥିବା ଯୋଗୁଁ ପ୍ରଥମ ଦିନରୁ ହିଁ ଭକ୍ତଙ୍କ ସାମଗମ ହୋଇଛି । ବହୁ ସଂଖ୍ୟାରେ ଦର୍ଶକ ମନୋଜ ରଂଜନ କାର୍ଯକ୍ରମକୁ ଉପଭୋଗ କରିଛନ୍ତି । ବିନୋଦ ସାହୁ , ଅଲୋକ କୁମାର ସେନାପତି, ଭି.ଜଗନ୍ନାଥ ରାଜୁ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories