www.samajalive.in
Monday, December 8, 2025
20.1 C
Bhubaneswar

ବେଗୁନିଆରେ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜକୁ ନେଇ ତୀବ୍ର ଅସନ୍ତୋଷ 

ବେଗୁନିଆ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନ ଜୀବନକୁ ଅସ୍ତ ବ୍ୟସ୍ତ କରି ପକାଉଥିବାବେଳେ ବେଗୁନିଆ ବିଦ୍ୟୁତ ସବ ଡିଭିଜନ ଅଧିନସ୍ଥ ବେଗୁନିଆ ,ବାଘମାରୀ ସୁନାଖଳା ଏବଂ କଳାପଥର ଅଞ୍ଚଳରେ ଘନ ଘନ ବିଦ୍ୟୁତ କାଟ ଏବଂ ଲୋ ଭୋଲ୍ଟେଜ ସମସ୍ୟା ଜନସାଧାରଣଙ୍କ ଦୁର୍ଦଶାକୁ ବହୁଗୁଣିତ କରିଛି । ଦିନ ଏବଂ ରାତିରେ ବାରମ୍ବାର ବିଦ୍ୟୁତ କାଟ ହେ।ଇଥିବାରୁ ଲୋକମାନେ ନାହିଁ ନଥିବା କଷ୍ଟ ପାଉଛନ୍ତି । ଟାଟା ବିଦ୍ୟୁତକରଣ କମ୍ପାନୀ ବିଭିନ୍ନ ପ୍ରକାର ଆଳ ଦେଖାଇ ବିଦ୍ୟୁତ ବିଛିନ୍ନ କରୁଥିବାରୁ ଅସହ୍ୟ ଗରମରେ ଘରେ ରହୁଥିବା ମହିଳା, ଶିଶୁ ,ବୟସ୍କ ବ୍ୟକ୍ତି ଓ ରୋଗୀ ମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି ବୋଲି ଅଭିଯୋଗ ହୋଇଛି  ଏବଂ ଜଳଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି ।୨୨୦ ଭୋଲ୍ଟ ସ୍ଥାନରେ ୧୨୦ରୁ ୧୫୦ଭୋଲ୍ଟ ବିଦ୍ୟୁତ ଶକ୍ତି ମିଳୁଥିବାରୁ ଫ୍ୟାନ ସମେତ ଅନ୍ୟ ବିଦ୍ୟୁତ ଉପକରଣ ଅଚଳ ହୋଇପଡୁଛି ।
ବିଦ୍ୟୁତ କାଟ କାହିଁକି ହେଉଛି ତାର ସନ୍ତୋଷ ଜନକ ଉତ୍ତର ବିଦ୍ୟୁତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ମିଳୁନାହିଁ । ଗତ ପାଞ୍ଚ ଦିନ ତଳେ ରାଜ୍ୟର ବିଦ୍ୟୁତ ଯୋଗାଣ ସମ୍ପର୍କରେ ସମୀକ୍ଷା ବୈଠକ କରିବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟରେ ବିଦ୍ୟୁତ କାଟ ନ କରିବାକୁ ସମସ୍ତ ବିଦ୍ୟୁତ ଯୋଗାଣ କମ୍ପାନୀ ଗୁଡିକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ ମଧ୍ୟ ଯଥା ପୂର୍ବ ବିଦ୍ୟୁତ କାଟ ଚାଲିଛି । ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଯେପରି ବିଦ୍ୟୁତ ଯୋଗାଣ ନିରଵଛିନ୍ନ ରହିବ ସେ ନେଇ ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ କହିଥିଲେ । ଏଥିସହ ଏବେ ଯୁକ୍ତ ୨ ଏବଂ ମାଟ୍ରିକ ପରୀକ୍ଷା ଚାଲିଥିବା ଯୋଗୁଁ ପରୀକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିଲା । ଏହି ବିଦ୍ୟୁତ କାଟ ବିଦ୍ୟାର୍ଥୀଙ୍କ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ଅସହ୍ୟ ତାତି ହେଉଛି ।ପ୍ରତେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ଡ଼ିଗ୍ରୀ ଉପରେ ତାପମାତ୍ରା ରହୁଛି । ବର୍ତ୍ତମାନ ସମୟରେ ବିଦ୍ୟୁତ ଯୋଗାଣ କମ୍ପାନୀ ଗୁଡିକ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶକୁ ବେଖାତିର କରି ବାରମ୍ବାର ବିଦ୍ୟୁତ କାଟ କରି  ଚାଲିଛନ୍ତି । ବିଦ୍ୟୁତ କାଟ କରି ପ୍ରଶାସନକୁ ଖୋଲାଖୋଲି ଆହ୍ୱାନ ଦେଉଥିବା ବେଳେ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିପାରିବା ପ୍ରଶାସନର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories