www.samajalive.in
Sunday, December 7, 2025
15.1 C
Bhubaneswar

‘ମନ କି ବାତ’ରେ ପାକିସ୍ତାନକୁ ଚେତାବନୀ

ନୂଆଦିଲ୍ଲୀ: ଭାରତ ଶାନ୍ତିରେ ବିଶ୍ୱାସ କରେ। ଏହାକୁ ବଜାୟ ରଖିବାକୁ ଚାହେଁ। କିନ୍ତୁ ଏଥିପାଇଁ ଦେଶର ସାର୍ବଭୌମତ୍ୱ ସହିତ ବୁଝାମଣା କରାଯାଇପାରିବ ନାହିଁ। ସୈନ୍ୟ ବାହିନୀ ଉଚିତ ଜବାବ ଦେବେ। ‘ମନ୍‍ କି ବାତ୍‍’ରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ୨୦୧୬ ସେପ୍ଟେମ୍ବର ମାସରେ ଭାରତ-ପାକ୍‍ ସୀମାନ୍ତରେ ଆତଙ୍କବାଦୀ ତାଲିମ ଶିବିର ଉପରେ ଭାରତୀୟ ସେନାଙ୍କ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ର ଦ୍ୱିବାର୍ଷିକ ପୂର୍ତ୍ତିର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପାକିସ୍ତାନର ଭାରତ ବିରୋଧୀ ଆଭିମୁଖ୍ୟ ବିରୋଧରେ କଡ଼ା ଚେତାବନୀ ବୋଲି ଆଲୋଚନା ଆରମ୍ଭ ହୋଇଛି।
ରବିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତର ବିକାଶ ଓ ଶାନ୍ତିର ବାତାବରଣକୁ ବ୍ୟାହତ କରିବାକୁ ଚେଷ୍ଟା କରୁଥିବା ଶକ୍ତିମାନଙ୍କୁ ଭାରତୀୟ ସୈନିକମାନେ ସଠିକ୍‍ ପ୍ରତ୍ୟୁତ୍ତର ଦେବା ଆରମ୍ଭ କରିଛନ୍ତି। ଆମର ବାୟୁସେନା ସବୁଠାରୁ ଶକ୍ତିଶାଳୀ। ୧୯୬୫ ଯୁଦ୍ଧରେ ଶତ୍ରୁପକ୍ଷଙ୍କୁ ବାୟୁ ସେନା ଉଚିତ ଜବାବ ଦେଇଥିଲା।
‘ମନ୍‍ କି ବାତ୍‍’ରେ ପ୍ରଧାନମନ୍ତ୍ରୀ ବାପୁଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅକ୍ଟୋବର ୨ ତାରିଖ ଆମ ପାଇଁ ଏକ ସ୍ୱତନ୍ତ୍ର ଦିନ। ବାପୁଙ୍କ ୧୫୦ ତମ ଜନ୍ମଜୟନ୍ତୀକୁ ସ୍ୱତନ୍ତ୍ର ଭାବେ ପାଳନ କରାଯିବ। ବାପୁଙ୍କ ବାର୍ତ୍ତା ସମଗ୍ର ବିଶ୍ୱରେ ପହଞ୍ଚାଇବାକୁ ପଡ଼ିବ। ଏତଦ୍‍ବ୍ୟତୀତ ମାନବାଧିକାର ଓ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories