www.samajalive.in
Tuesday, December 9, 2025
17.1 C
Bhubaneswar

ଶୁଦ୍ଧ ପାନୀୟ ଜଳ ପାଇଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗାଁରେ ଶୁଦ୍ଧପାନୀୟ ଜଳପାଇଁ ବିଡ଼ିଓଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଉକ୍ତ ଗାଁରେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ ଲୋକ ରହିଛନ୍ତି । ଏଠାରେ ତିନୋଟି ନଳକୂପ ରହିଛି ମାତ୍ର ତିନୋଟି ନଳକୂପରୁ ସ୍ୱଳ୍ପ ପାଣି ବାହାରୁଛି । ପାଞ୍ଚ ଶହ ଲୋକଙ୍କୁ ଏହି ପାଣି ନିୟଣ୍ଟ  ହେଉଥିବା ଯୋଗୁଁ ଗାଁରେ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ,ମାରପିଟ ହେଉଛନ୍ତି ।
ଏହାକୁ ନେଇ ଗତ ବର୍ଷ ବ୍ଲକ ତରଫରୁ  ନଳକୂପ ଖନନ କରି ସେଥିରେ ମୋଟର ଲଗାଇ ପାଣି ଯୋଗାଇଥିଲେ । ତାହା ମଧ୍ୟ ତିନିମାସ ହେବ ଅଚଳ ହୋଇଯାଇଛି ।ଏହାକୁ ନେଇ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ  ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ହେଲେ କର୍ଣ୍ଣପାତ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବାରୁ ଆଜି  ବିଡ଼ିଓ ତାପସ କୁମାର ଭୋଇଙ୍କୁ ଲିଖିତ ଅଭିଯୋଗ ଦେବାପାଇଁ  ସକାଳୁ  ୮ ରୁ ଢେପାଗୁଡାଗାଁର ମହିଳାମାନେ  ନିଜ କାମଧନ୍ଦା ଛାଡି ପିଲାଛୁଆଙ୍କୁ ଧରି ଭୋକ ଉପାସରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟାହ୍ନ ପର୍ଯ୍ୟନ୍ତ ବସି ରହିଥିବା ଦେଖିବାକୁ ମିଳିଛି।
ବିଡ଼ିଓ କୌଣସି କାରଣରୁ ବାହାରକୁ ଯାଇଥିବାରୁ ବରିଷ୍ଠ କରାଣୀ ବିଶ୍ୱନାଥ ଗମାଙ୍ଗ ଓ ଜିପିଓ ମାନସ ରଞ୍ଜନ ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ସଦରରେ ଥିବା ଜଳ  ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନିଳିମା ପ୍ରିୟଦର୍ଶନୀ ଦାସଙ୍କୁ ବାରମ୍ବାର ଗ୍ରାମବାସୀ ଯୋଗାଯୋଗ କରିଥିଲେ କିନ୍ତୁ ସେ ଫୋନ ଉଠାଇନଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି  ଆଗମୀ ଦିନରେ ଶୁଦ୍ଧ ପାନୀୟ ଜଳ ସମସ୍ୟା ତୁରନ୍ତ ସମାଧାନ କରା ନ ଗଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଖାଲି ହାଣ୍ଡି ଧରି ଘେରାଉ କରିବୁ ବୋଲି  ହୁଈକା ସମ୍ବାରି, ମାଣ୍ଡିକା କମଳା, କଞ୍ଜ।କା ନୀଳ ,ଲକ୍ଷ୍ମୀ ହିକକା ,ୱାର୍ଡ ସଦସ୍ୟ ମହାଦେବ ପ୍ରେପକା ପ୍ରମୁଖ ଅଭିଯୋଗ କରିଛନ୍ତି । ଏଥିରେ ପ୍ରାୟ ୧ ଶହରୁ ଉର୍ଦ୍ଧ ମହିଳା ପୁରୁଷ ଉପସ୍ଥିତ ରହି  ଅଭିଯୋଗ କରିଥିଲେ । ବର୍ତ୍ତମାନ ବିଡ଼ିଓ ଓ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ ହୋଇପାରୁନାହିଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories