www.samajalive.in
Sunday, December 7, 2025
16.1 C
Bhubaneswar

ରେଳ ଯାତ୍ରା ବୀମା: ମିଳିବ ୧୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସିର ଖବର । ଯାତ୍ରୀଙ୍କ ପାଇଁ ରେଳ ବିଭାଗ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଯାତ୍ରୀମାନେ ଏବେ ରେଳ ଟ୍ରାଭେଲ ଇନସ୍ୟୁରାନ୍ସର ସୁବିଧା ନେଇପାରିବେ ଏଥି ପାଇଁ ଯାତ୍ରୀମାନଙ୍କୁ ମାତ୍ର କିଛି ଟଙ୍କା ଦେବାକୁ ହେବ । ଯାହା ଦ୍ୱାରା ରେଳଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମିଳିବ ।

ଭାରତର ରେଳ ​‌ନେଟଓ୍ୱର୍କ ହେଉଛି ବିଶ୍ୱର ସବୁଠୁ ବଡ଼ ରେଳ ନେଟ୍ଓ୍ୱର୍କ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ରେଳ ବିଭାଗ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଥାଏ ବହୁତ ଲୋକ ରେଲୱେ ଟ୍ରାଭେଲ ଇନସୁରାନ୍ସ ପାଇଁ ପସନ୍ଦ କରିନଥାନ୍ତି କାରଣ ଏହି ବୀମା ବିଷୟରେ ଅନେକ ଲୋକ ଖୁବ୍କମ୍ଜାଣିଥାନ୍ତି ଏହି ବୀମା କରିବା ଦ୍ୱାରା ରେଳ ଯାତ୍ରାରେ ହେଉଥିବା କ୍ଷତି ପାଇଁ କମ୍ପାନୀ କ୍ଷତିପୂରଣ ଦେଇଥାଏ ଆପଣଙ୍କ ଯାତ୍ରା ସମୟରେ କିଛି କ୍ଷତି ହେଲେ କ୍ଷତି ବାବଦକୁ ଆପଣଙ୍କୁ ୨ଲକ୍ଷରୁ ୧୦ ଲକ୍ଷଟଙ୍କା ପର୍ଯ୍ୟନ୍ତ ମିଳିପାରିବ

- Advertisement -

ଯେତବେଳେ ଆପଣ ଅନଲାଇନରେ ରେଳ ଟିକେଟ ବୁକିଂ କରୁଛନ୍ତି ସେତେବେଳେ ବୀମା ବିକଳ୍ପ ବାଛନ୍ତୁ ଏହି ବୀମା ପାଇଁ ଆପଣଙ୍କୁ ମାତ୍ର କିଛି ଟଙ୍କା ଦେବାକୁ ପଡ଼ିବ ବୀମା ବିକଳ୍ପ ବାଛିବା ସମୟରେ ଆପଣ ଆପଣଙ୍କ ମୋବାଇଲ ନଂ ଏବଂ ଇମେଲ ଆଇଡିର ଲିଂକ ଚୟନ କରିବାକୁ ପଡ଼ିବ ସେଠାରେ ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ଆପଣ ରେଳ ଟ୍ରାଭେଲ ଇନସ୍ୟୁରାନ୍ସର ସୁବିଧା ନେଇପାରିବେ  

ରେଳ ଦୁର୍ଘଟଣା ସମୟରେ ରେଳ ଯାତ୍ରା ବୀମା ଅତ୍ୟନ୍ତ ଉପଯୋଗୀ ଯାତ୍ରୀଙ୍କ ହୋଇଥିବା କ୍ଷତି ବୀମା କମ୍ପାନୀ କ୍ଷତିପୂରଣ ଦେଇଥାଏ ରେଳ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେଲେ ବୀମା ରାଶି ହିସାବରେ ୧୦ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ମିଳିବ ଦୁର୍ଘଟଣାରେ ଯାତ୍ରୀ ଜଣକ ଯଦି ସଂପୂର୍ଣ୍ଣ ଅକ୍ଷମ ହୋଇଯାଆନ୍ତି ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବ ବୀମା କମ୍ପାନୀ ଏଥି ସହିତ, ଆଂଶିକ ଅକ୍ଷମତା ହେଲେ ବୀମା କମ୍ପାନୀ ରେଳ ଯାତ୍ରୀଙ୍କୁ ସାଢ଼େ ୭ଲକ୍ଷ ଟଙ୍କା ପ୍ରଦାନ କରିବ ଆହତ ଅବସ୍ଥାରେ ଯାତ୍ରୀ ଜଣକ ଯଦି ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ତେବେ ଚିକିତ୍ସା ବାବଦକୁ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବୀମା କମ୍ପାନୀ ତାହା ଛଡ଼ା ରେଳ ଯାତ୍ରା ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ମୃତଦେହ ପରିବହନ ପାଇଁ ୧୦ ହଜାର ଟଙ୍କା ମଧ୍ୟ କମ୍ପାନୀ ଦେଇଥାଏ

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories