www.samajalive.in
Thursday, December 11, 2025
27.1 C
Bhubaneswar

ମୋହନା ବ୍ଲକରେ ଚଳୁନାହିଁ ଛୋଟ ୧ଟଙ୍କା, ୧୦ଟଙ୍କା ଓ ୨୦ଟଙ୍କା ମୁଦ୍ରା 

ମୋହନା : ଗଜପତି ଜିଲ୍ଲାର ମୋହନା ବ୍ଲକର ବିଭିନ୍ନ ଗ୍ରାମ ସମେତ ସଦର ମହକୁମାରେ ୧ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ଚଳୁ ନ ଥିବା ଜଣାପଡିଛି। ମୁଖ୍ୟତଃ ଏହି ମୁଦ୍ରା ଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅବୈଧ ଘୋଷଣା କରିନାହିଁ, କିନ୍ତୁ ଅଞ୍ଚଳରେ ଏହି ମୁଦ୍ରା ଗୁଡିକ ଚଳୁ ନ ଥିବାର  ଗୁଜବ ସୃଷ୍ଟି ହୋଇଥିବାରୁ ଏପରି ମୁଦ୍ରା କୌଣସି ଦୋକାନୀ ଗ୍ରହଣ କରୁନାହାନ୍ତି। ଉଭୟ କ୍ଷୁଦ୍ର ବ୍ୟବସାୟୀ ଓ ବଡ ବ୍ୟବସାୟୀ ଏହି ମୁଦ୍ରା ଗ୍ରହଣ କରିବାକୁ ନାରାଜ । ଅପର ପକ୍ଷରେ ବ୍ୟାଙ୍କମାନେ ଏହି ମୁଦ୍ରାଗୁଡିକୁ କମ୍ ପରିମାଣରେ ଦେଣ ନେଣ ତଥା କାରବାର କରୁଛନ୍ତି । ଅଧିକ ମୁଦ୍ରା ଦେଲେ ବ୍ୟାଙ୍କ ନେବାକୁ ଅରାଜି ହେଉଛନ୍ତି। ଏଭଳି ଖୁଚୁରା ନ ନେବା ଏକ ଦଣ୍ଡନୀୟ ଅପରାଧ ବୋଲି ମଧ୍ୟ କୁହାଯାଇଛି। ହେଲେ ଏ ସବୁକୁ ଖାତିର କରୁନାହାନ୍ତି ବ୍ୟବସାୟୀ । ମୁଖ୍ୟତଃ ବ୍ୟବସାୟୀ ମାନେ ଏପରି କଏନ ବା ମୁଦ୍ରାକୁ ଗ୍ରହଣ କରୁନଥିବାରୁ ସାଧାରଣ ଜନତା ମଧ୍ୟ ଏହାକୁ କାରବାର କରୁ ନଥିବାର ଜଣାପଡିଛି ।
ସାରା ଭାରତ ବର୍ଷରେ ଛୋଟ ୧ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା କାରବାର ହେଉଥିବା ବେଳେ କେବଳ ଗଜପତିର ବିଭିନ୍ନ ସ୍ଥାନରେ ଏହି ମୁଦ୍ରା ଗୁଡିକ ଚଳୁନାହିଁ ।  ଯଦି ଆର୍‌ବିଆଇ ଏହି ସବୁ ମୁଦ୍ରା ଗୁଡିକୁ ଅବୈଧ ଘୋଷଣା କରିନାହିଁ  ଓ ବ୍ୟାଙ୍କ କାରବାରରେ ଏଗୁଡିକ ଆଦାନ ପ୍ରଦାନ ଜାରି ରହିଛି,  ତାହା ତଦନ୍ତ ସାପେକ୍ଷ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।  ଏନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୋହନାର ଶାଖା ପରିଚାଳକ ଦେବେନ୍ଦ୍ର କୁମାର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଲୋକେ ନ ନେଲେ ମୁଁ କଣ କରିବି । ଲୋକଙ୍କୁ ଆମେ ସଚେତନ କରିପାରିବୁନି କି ଏଇଟା ଆମର କଏନ ଡିପୋ ନୁହେଁ। ବଡ ବ୍ୟାଙ୍କମାନେ କଏନ ରଖନ୍ତି ସେଠି ଦିଆଯାଏ। ବୈଧ ମୁଦ୍ରା ଗୁଡିକୁ ନ ନେବା ଏକ ଅପରାଧ  ବୋଲି ଜଣାଇଥିଲେ। ସଚେତନତାର ଅଭାବ ଯୋଗୁଁ ଲୋକେ କଏନ ନେବାକୁ ମଙ୍ଗୁ ନ ଥିବା ଜଣାପଡିଛି । ଏଣୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories