www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଦେହ ଘେରରେ ଦୁଇ ଭଉଣୀଙ୍କ ମୃତ୍ୟୁ, ଘର କୁଅରୁ ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ପ୍ରମୋଦ ଆଚାରୀଙ୍କ ଦୁଇ ଝିଅଙ୍କ ମୃତ ଦେହ ତାଙ୍କ ଘରପଛରେ ଥିବା ନିଜ କୁଅରୁ ସନ୍ଦେହ ଜନକଭାବରେ ପୁଲିସ ମୃତ ଦୁଇ ଝିଅ ହେଲେ ସପ୍ନା ଆଚାରୀ(୧୯) ଓ କିରଣ ଆଚାରୀ (୧୯)ର ମୃତଦେହ ଉଦ୍ଧାର କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ପାରିବାରିକ ଅଶାନ୍ତି ଯୋଗୁ ଏହା ହୋଇଥିବା ସନ୍ଦେହ କରାଯାଉଛି। ସ୍ୱପ୍ନାର ବିବାହ ପ୍ରସ୍ତାବ ଭାଙ୍ଗିବା ଯୋଗୁଁ ସେ ଆତ୍ମ ହତ୍ୟା କରିଥିବା କୁହଯାଉଥିବା ବେଳେ ପ୍ରେମ ସମ୍ପର୍କ ପାଇଁ ଏହା ହୋଇଥିବା ପୁଲିସ ଅନୁମାନ କରୁଛି। ଅନ୍ୟ ପକ୍ଷରେ ପ୍ରକାଶ ଭୁବନେଶ୍ୱରେ ସ୍ୱପ୍ନାର ବିବାହ ପ୍ରସ୍ତାବ ମନୋଜ କୁମାର ଆଚାରୀଙ୍କ ସହ ହୋଇଥିବା ବେଳେ ଗତ ମାସ ୨୯ରେ ନିର୍ବନ୍ଧ କାର୍ଯ୍ୟ ମଧ୍ୟ ସରିଥିଲା। ଇତି ମଧ୍ୟରେ ପ୍ରମୋଦ ଆଚାରୀଙ୍କ ଝିଅ ସ୍ୱପ୍ନାର ବିବାହ ପ୍ରସ୍ତାବ ଭାଙ୍ଗିବା ପାଇଁ ତାଙ୍କର ଚତୁର୍ଥ ଝିଅକୁ ପ୍ରେମ ବିିବାହ କରିଥିବା ଗଣେଶ ସାହୁ ଏବଂ ଅନ୍ୟ କିଛି ବ୍ୟକ୍ତି ଷଢଯନ୍ତ୍ର କରି ଭାଙ୍ଗିଦେଇଥିବା ବାପା ପ୍ରମୋଦ ଅଭିଯୋଗ କରିଛନ୍ତି। ଗଣେଶ ମୋବାଇଲରେ ମନୋଜଙ୍କ ପାଖକୁ ସ୍ୱପ୍ନାର କିଛି ଅଶ୍ଲିଳ ଫୋଟ ସହ ଫୋନ କରି ସ୍ୱପ୍ନାର ଚରିତ୍ର ଖରାପ ବୋଲି ତାକୁ ବିବାହ ନକରିବା ପାଇଁ କହିଥିବା ପୁଲିସ ପାଖରେ ବାପା ଅଭିଯୋଗ କରିଛନ୍ତି। ଏହି ଘଟଣା ବର୍ତ୍ତମାନ ରହସ୍ୟ ଘେରରେ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣା ପଡିବା ବୋଲି ରା.ଉଦୟଗିରି ଆଇଆଇସି ପ୍ରଭାକର ପଣ୍ଡା କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories