ବି.ଡି.ଓଙ୍କ ବିବାହ ଭୋଜି ପାଇଁ ବ୍ଲକ ଅଫିସ ଖାଁ ଖାଁ
କର୍ମଚାରୀଙ୍କ ଅନୁପସ୍ଥିତ ଯୋଗୁଁ ଲୋକେ ହନ୍ତସନ୍ତ
ହରଭଙ୍ଗା: ହରଭଙ୍ଗା ବ୍ଲକ ଅଫିସରେ ଗୋଟିଏ ପରେ ଗୋଟିଏ ଅଜବ ଦୃଶ୍ୟ ସାମନାକୁ ଆସିଛି । କିଛିଦିନ ତଳେ ବି.ଡି.ଓଙ୍କ ସରକାରୀ ଗାଡିର ଅପବ୍ୟବହାର ଘଟଣା କଥା ସମାଜରେ ପ୍ରକାଶ ପରେ ଏହାକୁ ନେଇ ସବୁମହଲରେ ଚର୍ଚ୍ଚା ଜୋରଧରିଥିଲା । ଶୁକ୍ରବାର ପୁଣି ବି.ଡି.ଓଙ୍କ ବିବାହ ଭୋଜିରେ ଯୋଗଦାନ ପାଇଁ ବହୁ ସଂଖ୍ୟାରେ ବ୍ଲକ କର୍ମଚାରୀଙ୍କ ଭୁବନେଶ୍ୱର ଗସ୍ତ ୫-ଟି ନିୟମର ଧଜିଆ ଉଡେଇବା ଚିତ୍ର ସାମନାକୁ ଆସିଛି । ବିବାହ ଭୋଜିରେ ଯୋଗଦାନ ପାଇଁ କାର୍ଯ୍ୟଦିବସରେ ବ୍ଲକର ସେକ୍ସନ ଅଫିସରଙ୍କ ଠାରୁ ଆରମ୍ଭ କରି ପ୍ରାୟ ସବୁ ସେକ୍ସନ କର୍ମଚାରୀଙ୍କ ଭୁବନେଶ୍ୱର ଗସ୍ତ ଯୋଗୁଁ ବ୍ଲକ ଅଫିସ ଆଜି କର୍ମଚାରୀ ବିନା ଖାଁ ଖାଁ ହୋଇପଡିଥିଲା । କର୍ମଚାରୀଙ୍କ ଚାମ୍ବର ଖୋଲାପଡିଥିଲା । କେବଳ ଏ.ବି.ଡି.ଓ ବ୍ଲକ ଅଫିସର ଜଗୁଆଳୀ ପାଲଟିଥିବା ଦେଖିବାକୁ ମିଲିଥିଲା । ଫଳରେ ଦୂରଦୂରାନ୍ତରୁ ବିଭିନ୍ନ କାମ ପାଇଁ ଟାଣ ଖରାରେ ଆସିଥିବା ସାଧାରଣ ଲୋକେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । କାହା ନିର୍ଦ୍ଦେଶରେ ଅଧିକାଂଶ କର୍ମଚାରୀ ହେର୍ଡକ୍ୱାର୍ଟର ଛାଡି ଭରବଙ୍କନଶ୍ୱର ଗଲେ ଏହା ଉପରେ ଜିଲ୍ଲାପାଳ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ଉଠୁଛି ।
Comments are closed.