ଡେସ୍କ: ଗ୍ଲୋବାଲ୍ ଆୟୁଷ ଇନ୍ଭେ ଷ୍ଟମେଣ୍ଟ ଆଣ୍ଡ୍ ଇନୋଭେସନ୍ ସମ୍ମେଳନକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆୟୁର୍ବେଦ, ୟୁନାନୀ ଓ ସିଦ୍ଧ ଉପରେ ପର୍ଯ୍ୟବେସିତ ୱେଲ୍ନେସ୍ ସେଣ୍ଟରଗୁଡ଼ିକର ଲୋକପ୍ରିୟତା ବୃଦ୍ଧି ପାଇବ। ଆୟୁଷ ଭିଜା ନାମକ ଏକ ନୂଆ ଭିଜା ବିଷୟରେ ସେ ଘୋଷଣା କରିଛନ୍ତି। ଏହା ବିଦେଶୀ ନାଗରିକମାନଙ୍କୁ ଆୟୁଷ କ୍ଷେତ୍ରର ସୁଫଳ ଲାଭ କରିବାର ସୁଯୋଗ ପ୍ରଦାନ କରିବ।
ଶ୍ରୀ ମୋଦୀ କହିଛନ୍ତି ଯେ କୃଷକମାନେ ଔଷଧୀୟ ବୃକ୍ଷଗୁଡ଼ିକର ଚାଷ କରୁଥିବାରୁ ଏହା ଅତ୍ୟନ୍ତ ଉତ୍ସାହଜନକ ଓ ସେମାନଙ୍କୁ
ବଜାର ସୁବିଧା ଉପଲବ୍ଧ କରାଇବା ଜରୁରୀ। ଏଥିପାଇଁ ସରକାର ଆୟୁଷ ଇ-ମାର୍କେଟ ପ୍ଲେସ୍ ର ସଂପ୍ରସାରଣ ଓ ଆଧୁନିକୀକରଣ ଉପରେ କାର୍ଯ୍ୟ କରୁଛନ୍ତି। ଏକ ସ୍ୱତନ୍ତ୍ର ଆୟୁଷ ମାର୍କା ପ୍ରସ୍ତୁତ କରିବା ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ଉତ୍ତମ ମାନର ଆୟୁଷ ପଦାର୍ଥ ଗୁଡ଼ିକୁ ଏହି ମାର୍କା ଦିଆଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ହେଉଛି ୟୁନିକର୍ଣ୍ଣ ଗୁଡ଼ିକର ଯୁଗ। ୨୦୨୨ରେ ଭାରତର ୧୪ଟି ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ କ୍ଲବରେ ସାମିଲ ହୋଇଛନ୍ତି। ପାରମ୍ପରିକ ଔଷଧ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକୁ ଉତ୍ସାହିତ କରିବା ପାଇଁ
ଆୟୁଷ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଥିବାର ଶ୍ରୀ ମୋଦୀ ଜଣାଇଛନ୍ତି।



