www.samajalive.in
Wednesday, December 10, 2025
26.1 C
Bhubaneswar

ରାସ୍ତାକଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌- ଦୁଇ ଗୁରୁତର

ଦେବଗଡ଼ : ବୁଧବାର ଅପରାହ୍ନରେ ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ ଢୋଲପଡା ଗ୍ରାମରେ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୪ ଟା ସମୟରେ କଂସର ଫାଣ୍ଡି ଅନ୍ତର୍ଗତ ହିରନ ଗ୍ରାମର ତପନ ଦେହୁରୀ ଓ ତାଙ୍କ ସମ୍ପର୍କୀୟ ଭାଇ ବାରୁ ଦେହୁରୀ କୌଣସି କାମରେ ଏକ ବାଇକ ଯୋଗେ ଦୁଧିଆନାଳି ଗ୍ରାମକୁ ଯାଉଥିଲେ ।

ଢୋଲପଡା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ଭାରସାମ୍ୟ ହରାଇ ବାଇକଟି ରସ୍ତା କଡରେ ଥିବା କଂକ୍ରିଟ ଖୁଣ୍ଟରେ ପିଟି ହୋଇଥିଲା । ଦୁଇ ଜଣ ରାସ୍ତାକୁ ଛିଟିକି ପଡି ଗୁରୁତର ହୋଇଥିଲେ । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories