www.samajalive.in
Tuesday, December 9, 2025
16.1 C
Bhubaneswar

ବଢିଲା କରୋନା ପ୍ରକୋପ ; ରାଜଧାନୀରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ ; ଦିଲ୍ଲୀରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୁଣ୍ଡି ପିନ୍ଧିବା ସହ କରୋନା ନିୟମ ପାଳନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ବର୍ତ୍ତମାନ ଠାରୁ ମାସ୍କ ନପିନ୍ଧିବା ଦ୍ୱାରା ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ବୈଠକରେ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ବିଦ୍ୟାଳୟ ଏବେ ଖୋଲାରହିବ।
ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍କୁଲରେ ଏବେ କ୍ଲାସ ଜାରି ରଖାଯିବ। ପରିସ୍ଥିତି ସଠିକ ରଖିବା ପାଇଁ ନୂଆ ଗାଇଡଲାଇନ ଜାରି କରାଯିବ। ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ନହେବା ପାଇଁ ଏଯାଏଁ ପ୍ରତିବନ୍ଧକ ଲଗାଯାଇ ନାହିଁ। ମାତ୍ର ସମସ୍ତ ପରିସ୍ଥିତି ଉପରେ ନଜର ରଖାଯାଇଛି।
ଆଗାମୀ ୧୫ ଯାଏଁ ହସ୍ପିଟାଲରେ ସଂକ୍ରମିତ ଭର୍ତ୍ତି ହେବା ଉପରେ ଦୃଷ୍ଟି ରଖାଯାଇଛି। ଆରଟିପିସିଆରରେ ପଜିଟିଭ ଚିହ୍ନଟ ହେଲେ ଉକ୍ତ ନମୁନାକୁ ଜିନୋମ ସ୍ୱିକେନସିଂ ପାଇଁ ପଠାଯିବ। ନମୁନା ପରୀକ୍ଷା ବୃଦ୍ଧି କରାଯିବ। ଲକ୍ଷଣ ଥିବା ସମସ୍ତ ବ୍ୟକ୍ତିଙ୍କର ଯାଞ୍ଚ କରାଯିବ। ଏହାସହ ଟିକାକରଣକୁ ମଧ୍ୟ ବୃଦ୍ଧି କରାଯିବ। ଅନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପ୍ରତି ଅଧିକ ନଜର ରଖାଯିବ।
ଦିଲ୍ଲୀରେ ମଙ୍ଗଳବାର ସଂକ୍ରମଣ ହାର ୪.୪୨ ପ୍ରତିଶତ ସହ ୬୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ସେହିପରି ସୋମବାର ୫୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories