www.samajalive.in
Tuesday, December 9, 2025
17.1 C
Bhubaneswar

ପାଣି ଓ କ୍ଷୀର ପିଇବାର ସଠିକ ଶୈଳୀ

ବର୍ତ୍ତମାନ ସମୟରେ ମହିଳା ହୁଅନ୍ତୁ ଅଥବା ପୁରୁଷ ସଭିଁଙ୍କ ପାଇଁ ଆଣ୍ଠୁଗଣ୍ଠି ସମସ୍ୟା ପାଲଟିଛି। ଅନେକ ସମୟ ପର୍ଯ୍ୟନ୍ତ ଏହି ଯନ୍ତ୍ରଣା ହୋଇଥାଏ। ସେହିଭଳି ଅନେକ ଲୋକଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ମଧ୍ୟ ହୋଇଥାଏ। ମାତ୍ର କେତେକ ସାଧାରଣ ଭୁଲ ପାଇଁ ଏଭଳି ସମସ୍ୟା ହୋଇଥାଏ। ତାହା ହୁଏତ ସଭିଁଙ୍କୁ ଜଣାନଥାଏ। କ୍ଷୀର ଓ ପାଣିକୁ ସଠିକ ଶୈଳୀରେ ପିଇବା ଉଚିତ। ନଚେତ୍‍ ଅନେକ ସମସ୍ୟା ହୋଇଥାଏ। ଜାଣନ୍ତୁ……
କ୍ଷୀର ହାଡକୁ ମଜଭୂତ କରିଥାଏ। ଏହା ଶରୀରରେ କ୍ୟାଲସିୟମର ଅଭାବକୁ ଦୂର କରିଥାଏ। କ୍ଷୀର ସବୁବେଳେ ରାତିରେ ପିଇବା ଉଚିତ। ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ହାଲକା ଉଷୁମ କ୍ଷୀର ପିଇବା ଉଚିତ। ସର୍ବଦା ଠିଆ ହୋଇ କ୍ଷୀର ପିଇବା ଉଚିତ। ଏହାଦ୍ୱାରା ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ହୋଇନଥାଏ। ଆଣ୍ଠୁଗଣ୍ଠି ସମସ୍ୟା ହେବାର ଭୟ ନଥାଏ। କର୍କଟ ଭଳି ମାରାତ୍ମକ ରୋଗ ମଧ୍ୟ ଶରୀରରୁ ଦୂରେଇ ରହିଥାଏ। ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ।
ପ୍ରତିଦିନ ସଭିଏଁ ପାଣି ପିଇଥାଆନ୍ତି। ମାତ୍ର ଭୁଲ ଶୈଳୀରେ ପାଣି ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ହୋଇଥାଏ। ଠିଆ ହୋଇ ପାଣି ପିଇବା ଦ୍ୱାରା ଏହାର କୁପ୍ରଭାବ ପେଟ ଉପରେ ପଡିଥାଏ। ଏହା ପେଟରେ ଥିବା ମାଂସପେଶୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣି ସର୍ବଦା ବସି କରି ପିଅନ୍ତୁ। ଅଧିକାଂଶ ସମୟରେ ଅନେକ ଲୋକେ ଜଲଦି ଜଲଦି ପାଣି ପିଅନ୍ତି। ମାତ୍ର ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ଅନେକ ରୋଗ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories