www.samajalive.in
Monday, December 8, 2025
27.1 C
Bhubaneswar

ଚୋରାକାଠ ଚାଲାଣବେଳେ ଜବତ, ୬ ଅଭିଯୁକ୍ତ ଗିରଫ

ବୌଦ୍ଧ: ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇଚାଲିଥିବା ବେଳେ ଜଙ୍ଗଲରେ ନିଆଁ ଲଗାଇବା ସହିତ ବ୍ୟାପକ ମାତ୍ରାରେ ଜଙ୍ଗଲ ଧ୍ୱଂଶ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଅଛି । ତେଣୁ ବନ ବିଭାଗ ପକ୍ଷରୁ ଜଙ୍ଗଲର ସୁରକ୍ଷା ପାଇଁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଫଳରେ ଆଜି ବୌଦ୍ଧ ରେଞ୍ଜ  ପକ୍ଷରୁ ଚୋରା କାଠ ଚାଲାଣ ବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ବୌଦ୍ଧ ରେଞ୍ଜ ଅଧିନସ୍ଥ ଖକ୍ସୁରୀପଡା ସେକ୍ସନର ବ୍ରାହ୍ମଣିପାଳି ବିଟ୍‌ ଅଞ୍ଚଳରୁ ସାଇକେଲ ଯୋଗେ କାଠ ଚାଲାଣ ହେଉଥିବା ବେଳେ ବନ ବିଭାଗର ପେଟ୍ରୋଲିଂ ଟିମ ୬ ଗୋଟି ସାଇକେଲ ସହ ୩୬ ଟି ଶାଳ ସେଣି ଜବତ କରି ୩ଟି ମାମଲା ରୁଜୁ କରିବା ସହିତ  ୬ ଜଣକୁ ଗିରଫ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କମିରା ଗ୍ରାମର ରତ୍ନାକର ବାଘ (୪୫), ଉପେନ୍ଦ୍ର ପାତ୍ର(୪୧), ସତ୍ୟାନନ୍ଦ ଭୁକ୍ତା (୫୫), ଧ୍ରୁବ ସାହୁ (୬୦)  ଏବଂ ଖଣ୍ଡପଡା ଗ୍ରାମର ନିତେନ ପ୍ରଧାନ (୩୦) ଓ ଶମ୍ଭୁ ଦେହୁରୀ (୪୨) ବୋଲି ବୌଦ୍ଧ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି । ରେଞ୍ଜ ଅଧିକାରୀ ଶ୍ରୀ ସେଠୀଙ୍କ ନେତୃତ୍ୱରେ ବନ କର୍ମଚାରୀ ପ୍ରଶାନ୍ତ ସେଠୀ, ଶରତ ନାୟକ, ଅଭିମନ୍ୟୁ ମହାନ୍ତି ଓ ରମାକାନ୍ତ ପାଣିଗ୍ରାହୀ ପ୍ରମୁଖ ଏହି ଚଙ୍ଘାଉରେ ସାମିଲ ଥିଲେ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories