www.samajalive.in
Sunday, December 7, 2025
15.1 C
Bhubaneswar

ନୀଳଗିରିରେ ଜନ ନାୟକ ବିଜୁବାବୁଙ୍କ ସ୍ମୃତିଚାରଣ

ନୀଳଗିରି: ବିଜୁ ଶ୍ରାଦ୍ଧତ୍ସୋବ ଉଦେଶ୍ୟରେ ନୀଳଗିରି ବିଜେଡି ପକ୍ଷରୁ ବରହମପୁର ଷ୍ଟାଡ଼ିୟମ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିବାର ସନ୍ଧ୍ୟାରେ ଆୟୋଜିତ ସଭାରେ ନୀଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ପୌରୋହିତ୍ୟ କରି ବିଜୁବାବୁଙ୍କ ସ୍ୱପ୍ନ ଓ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକାରତା ନିଶ୍ଚିତ ଓଡ଼ିଶାବାସୀଙ୍କ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟଅତିଥିଭାବେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡି ଜିଲା ସଭାପତି ଇଂ. ରବୀନ୍ଦ୍ର ଜେନା ଯୋଗଦେଇ ଓଡ଼ିଶାବାସୀଙ୍କ ପ୍ରତିଟି ବିକାଶରେ କେବଳ ବିଜେଡି ହିଁ ଗାର ଟାଣିଛି ବୋଲି କହିବା ସହ ବିଜୁବାବୁଙ୍କ ଜୀବନୀ ଉପରେ ମତବ୍ୟକ୍ତ କରିଥିଲେ । ସେହିପରି ନୀଳଗିରିବାସୀ ବିଜେଡିକୁ ସର୍ବାଗେ ସ୍ଥାନ ଦେଇଥିବା ଯୋଗୁ ଏଠାରେ ବିକାଶ ସୁନିଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଦସ୍ୟ ସୁବର୍ଣ୍ଣ ମଞ୍ଜରୀ ସିଂ, ରଞ୍ଜିତା ସିଂ, ଗତିକୃଷ୍ଣ ନନ୍ଦ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୁଥାଳ, ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଉପାଧ୍ୟକ୍ଷ ମହେନ୍ଦ୍ର ବେହେରା, ବ୍ଲକ ବିଜେଡି ସଭାପତି ବିଜୟ ଲେଙ୍କା, ନଗର ବିଜେଡି ସଭାପତି ରବୀନ୍ଦ୍ର ପରିଡ଼ା, ଛାତ୍ରନେତା ଫ୍ରାନସିସ ବେକନ ସ, ଧରମପୁର ସରପଞ୍ଚ ସଞ୍ଜୀବ ସିଂ, ସମିତିସଭ୍ୟ ଦୀପକ ସିଂ, ଛତ୍ରପୁର ସରପଞ୍ଚ ମାଳତୀ ମାରାଣ୍ଡି, ବରହମପୁର ସରପଞ୍ଚ ନମିତାମଣି ସିଂ, ସମିତିସଭ୍ୟ ରଚନା ନାୟକ, ଗରଡ଼ିହି ସରପଞ୍ଚ ଶିବାଜୀ ସିଂ, ସମିତିସଭ୍ୟ ଜମୁନା ମଣ୍ଡଳ, ବିଜେଡି ନେତା କୃତ୍ତିବାସ ବେହେରା, ଜୟନ୍ତ ବିନ୍ଧାଣୀ, ବିଦ୍ୟାଧର ଦଳେଇ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବଣସୀମାର ସଂଗଠକ ମାଧ ବିଶ୍ୱାଳ ଓ ପୂର୍ବତନ ପିଠାହତା ସମିତିସଭ୍ୟ ବାହାଦୁର ସିଂ ୭୦ରୁ ଊର୍ଦ୍ଧ୍ୱ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ । ଦଳ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଛି । ସେହିପରି ପୂର୍ବାହ୍ନରେ ନୀଳଗିରି ବାଇପାସଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories