www.samajalive.in
Wednesday, December 10, 2025
18.1 C
Bhubaneswar

ବିଜେପି ଆନୁଗତ୍ୟଙ୍କ ବିଜୁପ୍ରେମ!

ନୀଳଗିରି: ସାରା ରାଜ୍ୟରେ ବିଜେଡି ପକ୍ଷରୁ ବିଜୁ ଶ୍ରାଦ୍ଧୋତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇଥିବା ବେଳେ ବାଲେଶ୍ୱର ଜିଲାର ନୀଳଗିରିରେ ବିଜେପି ଆନୁଗତ୍ୟଙ୍କ ବିଜୁପ୍ରେମ ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି।

ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡି ଛାଡ଼ି ସମ୍ପ୍ରତି ବିଜେପି ଦଳରେ ରହି କାର୍ଯ୍ୟ କରୁଛନ୍ତି । ବିଜେପିରେ ରହି ମଧ୍ୟ ପ୍ରତିବର୍ଷ ସେ ବିଜୁ ଶ୍ରାଦ୍ଧ ବାର୍ଷିକୀ ପାଳନ କରିଥାନ୍ତି । କିନ୍ତୁ କୌଣସି ଜରୁରୀ କାର୍ଯ୍ୟରେ ସେ ରାଜ୍ୟ ବାହାରକୁ ଯାଇଥିବା ଯୋଗୁ ତାଙ୍କ ଆନୁଗତ୍ୟମାନେ ସିଆଡ଼ିମାଳ ପଞ୍ଚାୟତ ଅଧୀନ ଭୁଟାସିମୁଳି ଗାଁରେ ବିଜୁଶ୍ରାଦ୍ଧ ପାଳନ କରିଥିବା ଦେଖିବାକୁ ମିଳିଛି । ବରହମପୁର ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗଙ୍ଗାଧର ମିଶ୍ର, ସିଆଡ଼ିମାଳ ସମିତିସଭ୍ୟ ରାଜୀବ ଦାସବାବୁ, ସରପଞ୍ଚ ସୁରଥ ସିଂ, ଜଡ଼ିଦା ସରପଞ୍ଚ ରଞ୍ଜିତା ଦଣ୍ଡପାଟ, ଜାମୁଡ଼ିହା ସରପଞ୍ଚ ଚାନ୍ଦମଣି ମୁର୍ମୁ, ଆରବନ୍ଧ ସରପଞ୍ଚ କୁଳମଣି ନାୟକଙ୍କ ସମେତ ସଞ୍ଜୟ ନାୟକ, ବିନୋଦ ମହାନ୍ତି, ରାମକୃଷ୍ଣ ମହାପାତ୍ର, ନମା ସିଂ, ପ୍ରତାପ ବେହେରା, ଶରତ ସିଂ, ରାଜକୁମାର ସିଂ, ରାମଚନ୍ଦ୍ର ବେହେରା, ଚକ୍ରଧର ବେହେରା, ଶତୃଘ୍ନ ବେହେରା ପ୍ରମୁଖ ସାମିଲ ହୋଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ତେବେ ବିଜୁବାବୁ କୌଣସି ଦଳର ନୁହଁ, ବରଂ ସେ ଜଣେ ଜନନେତା ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ବିଜେପି କର୍ମୀମାନେ ପ୍ରକାଶ କରିଥିଲେ । ସେପଟେ ବିଜେପି କର୍ମୀଙ୍କ ବିଜୁପ୍ରେମକୁ କେନ୍ଦ୍ରକରି ରାଜନୈତିକ ମହଲରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories