www.samajalive.in
Tuesday, December 9, 2025
16.1 C
Bhubaneswar

ଏନଏଲସି କୋଇଲା ଖଣି ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ ପାଇଁ ଉପ-ଜିଲ୍ଲାପାଳ ଙ୍କ ଖଣି ଅଞ୍ଚଳ ପରିଦର୍ଶନ

ରେଙ୍ଗାଲି:ସମ୍ବଲପୁର ଜିଲା ଖିଣ୍ଡା ପଞ୍ଚାୟତରେ ସ୍ଥାପିତ ଏନଏଲସି କମ୍ପନୀ ର ତଲବିରା(୨) ଏବଂ (୩) କୋଇଲା ଖଣି ଯୋଗୁଁ ବିସ୍ଥାପିତ, ପ୍ରଭାବିତ ଏବଂ କ୍ଷତିଗ୍ରସ୍ତ ହୋଇଥିବା ଜନ ସାଧାରଣ ସମ୍ମୁଖୀନ ହେଉଥିବା ୧୧ ଦଫା ସମ୍ବଳିତ ବିଭିନ୍ନ ସମସ୍ୟାର ସମାଧାନ ନହେଲେ ଜନ ସାଧାରଣଙ୍କୁ ନେଇ ୨୦ ତାରିଖରୁ ଆନ୍ଦୋଳନ କରାଯିବ ବୋଲି ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣି ପଧାନ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଏନଏଲସି କୋଇଲା ଖଣି ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ ଏବଂ ସେମାନଙ୍କ ଦାବୀ ଗୁଡିକର କିଭଳି ସମଧାନ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରିବାକୁ ଜିଲାପାଳ ଦିବ୍ୟଜେୟାତି ପରିଡାଙ୍କ ନିର୍ଦେଶ କ୍ରମେ ଆଜି ସଦର ଉପ-ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଏବଂ ରେଙ୍ଗାଲି ତହସିଲଦାର ଦମୟନ୍ତୀ ସାହୁ ତଲବିରା ଖଣି ପରିଦର୍ଶନ କରିଥିବାର ଜଣାପଡିଛି। ପରିଦର୍ଶନ ସମୟରେ କମ୍ପାନୀ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଖିଣ୍ଡା ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ନାଏବ ସରପଞ୍ଚ ଲାଲ ବୀରେନ୍ଦ୍ର ପ୍ରତାପ ସାଏ, ଭିଏସଏସ୍ ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ, ରୁ୍ଦ୍ର ପ୍ରଧାନ, ରୋହିତ ରାଉତ, ତରୁଣ ବୁଦ୍ଧିଆ, ଦେବେନ୍ଦ୍ର ବିଶ୍ୱାଳ, ସୁବ୍ରତ ବୁଦ୍ଧିଆ ପ୍ରମୁଖ ବହୁ ସ୍ଥାନୀୟ ବ୍ୟକ୍ତି ଉପ-ଜିଲାପାଳ ଏବଂ ତହସିଲଦାରଙ୍କୁ ସାକ୍ଷାତ କରି କମ୍ପାନୀର ମନମୁଖୀ କାର୍ଯ୍ୟ ଏବଂ ଜନସାଧାରଣଙ୍କ ଦାବୀ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories