ଯାଜପୁର : ବରୀ ନିର୍ବାଚନ ମଣ୍ଡଳୀ ଅର୍ଥଙ୍ଗା ପଞ୍ଚାୟତର ଧୂମାଦ ଗ୍ରାମର ତ୍ରିଲୋଚନ ମହାନ୍ତି ବହୁତ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ। ଘରେ ତିନି ଝିଅ ଓ ସ୍ତ୍ରୀ ଅଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ହେବା ଯୋଗୁ ତାଙ୍କର ରୋଜଗାର ବାଟ ବନ୍ଦ ହେଇଯାଇଥିଲା। ଫଳରେ ତାଙ୍କର ପରିବାର ଅସହାୟ ହୋଇପଡିଥିଲା। ଏହି ଖବର ପାଇବା ପରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ଅବସ୍ଥାରେ ଥିବା ତ୍ରିଲୋଚନ ମହାନ୍ତିଙ୍କୁ ସହାୟତା ପ୍ରଦାନ କରାଯାଇଛି। ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଦସ୍ୟମାନେ ଶ୍ରୀ ମହାନ୍ତିଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ସହ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଏହା ସହିତ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରତାପପୁର ପଞ୍ଚାୟତର ଜଳେଶ୍ୱର ଗ୍ରାମର ଜଣେ ଅସହାୟ ବୃଦ୍ଧାଙ୍କ ମାନସିକ ବିକୃତ ପୁଅ ରହୁଥିବା ଖବର ପାଇ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଞ୍ଚି ଦୁଇ ମାସର ରାସନ ସାମଗ୍ରୀ ଦେବା ସହ ଆର୍ଥିକ ସହାୟତା କରିଥିଲେ।
Popular Categories



