www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରେଲର – ବୋଲେରୋ ଧକ୍କା ; ଗୋଟିଏ ପରିବାରର ୬ ମୃତ

ଜୋଧପୁର : ରାଜସ୍ଥାନର ଜୋଧପୁର ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୧୨ଟା୩୦ରେ ଦୁର୍ଘଟଣା ଘଟିଛି। ଟ୍ରେଲର ଓ ବୋଲେରୋ ମଧ୍ୟରେ ଧକ୍କା ହୋଇ ଗୋଟିଏ ପରିବାରର ଜଣେ ଶିଶୁ ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ଘଟଣା ବିଲାଡା ଥାନା ଅଞ୍ଚଳରେ ହୋଇଛି। ଦୁର୍ଘଟଣା ଏପରି ଭୟଙ୍କର ଥିଲା ଯେ, ବୋଲେରୋ ଖୁବ ଜୋରେ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାନୁଯାୟୀ, ଚୁରୁରେ ବାସ କରୁଥିବା ଜଣେ ବ୍ୟକ୍ତି ନିଜ ପରିବାର ସହ ଜୟପୁରରୁ ଜୋଧପୁର ଆସୁଥିଲେ। ସେହି ସମୟରେ ବିଲାଡା ଥାନା ଅଞ୍ଚଳରେ ଟ୍ରକ ସହ ପଛପଟୁ ବୋଲେରୋ ଧକ୍କା ହୋଇଥିଲା। ଗାଡି ଦ୍ରୁତ ଗତିରେ ଥିବାରୁ ବୋଲେରୋଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories