www.samajalive.in
Tuesday, December 9, 2025
17.1 C
Bhubaneswar

ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି ଆରମ୍ଭ

ଆରଡି: ଆଜି ପବିତ୍ର  ମହାବିଶୁବ ସଂକ୍ରାନ୍ତି ଓଡିଆ ନବବର୍ଷର ପ୍ରଥମଦିନ।  ଏହିଦିନ  ଠାରୁ ଏକମାସ ଧରି ଆରମ୍ଭ ହୋଇଛି ବାବା ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି । ଏଥିପାଇଁ ପରମ୍ପରା ଅନୁଯାୟୀ ବିଭିନ୍ନ ନଦୀରୁ ଗୋପାଳ ଭକ୍ତମାନେ ଆଣିଥିବା ଜଳଭାର ସେବାୟତଙ୍କ ଦ୍ୱାରା ଆଖଣ୍ଡଳମଣିଙ୍କ ଜଳଛାୟା ନୀତି କରାଯାଉଛି । ଏହି ଅନନ୍ୟ ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି। ପ୍ରଚଣ୍ଡ ରୋଦ୍ରତାପରୁ ଉପଶମ ପାଇଁ ବାବା ଆଖଣ୍ଡଳମଣିଙ୍କୁ ବୈଶାଖ ମାସ ସାରା ଜଳଛାୟା କରାଯାଇଥାଏ । ହେଲେ ବିଗତ ୨ବର୍ଷ ହେବ କୋଭିଡ କଟକଣା ଯୋଗୁ ଗୋପାଳଭକ୍ତଙ୍କ ଜଳଲାଗି ବନ୍ଦ ରହିଥିଲା ।

ଚଳିତବର୍ଷ କଟକଣାକୁ କୋହଳ କରାଯାଇଥିବାରୁ ବିଭିନ୍ନ ପ୍ରାନ୍ତରରୁ ଭକ୍ତଙ୍କ ସହ ଗୋପାଳଭକ୍ତଙ୍କ ଭିଡ ପରିଲିକ୍ଷିତ ହୋଇଛି ପୀଠରେ । ଏଥିପାଇଁ ଜିଲା ପ୍ରଶାସନ ଓ  ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଗତ ମଙ୍ଗଳବାର ଭଦ୍ରକ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ମନୋଜ ପାତ୍ରଙ୍କ ପକ୍ଷରୁ ସମୀକ୍ଷା କରାଯିବା ସହ ଯେପରି ଶୀତଳ ଉପଚାର ନୀତି ସୁଚାର ରୂପେ ସମ୍ପନ୍ନ ହେବ ସେଥିପାଇଁ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଆଜି  ଭୋର ୪ଟା ମଧ୍ୟରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି କରାଯିବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସକାଳ ୫ଟା ୩୦ରୁ ୧୨ଟା ଯାଏଁ ଗୋପାଳଭକ୍ତଙ୍କ ଜଳଲାଗି କରାଯିବ । ପରେ ଅନ୍ୟାନ୍ୟ ନୀତି ସହ ଅପରାହ୍ଣରେ ବଡସିଂହାରବେଶ ଓ ସଂଧ୍ୟାରେ ଷୋଡଶ ଉପଚାର ପୂଜା ସହ ଆଳତୀ ସମ୍ପନ୍ନ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories