www.samajalive.in
Monday, December 8, 2025
27.1 C
Bhubaneswar

୮୯ ବର୍ଷରେ ପାଦ ଦେଲେ ଲତା ମଙ୍ଗେସ୍କର : ୫୬ ବର୍ଷ ପୂର୍ବେ କରାଯାଇଥିଲା ମୃତ୍ୟୁର ଷଡ଼ଯନ୍ତ୍ର

ମୁମ୍ବଇ : ଭାରତରତ୍ନ ଉପାଧି ବିଭୂଷିତା କୋକିଳକଣ୍ଠୀ ଲତା ମଙ୍ଗେସ୍କର ଆଜି ୮୯ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଗୀତରେ ନିଜ ସୁମଧୁର କଣ୍ଠଦାନ କରିଥିବା ଏହି ମହାନ ଗାୟିକା ୧୯୨୯ ମସିହା ୨୮ ସେପ୍ଟେମ୍ବରରେ ଇନ୍ଦୋର ଠାରେ ଜନ୍ମ ହୋଇଥିଲେ। ଆଜି ସେ କୋଟି କୋଟି ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତେବେ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ଜୀବନର କିଛି ଖାସ୍‍ କଥା –

ଲତା ମଙ୍ଗେସ୍କରଙ୍କ ପିତା ପଣ୍ଡିତ ଦୀନାନାଥ ମଙ୍ଗେସ୍କର ନିଜେ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ନାଟ୍ୟ କଳାକାର ଥିଲେ। ଲତା ମଙ୍ଗେସ୍କର ୩ ଭଉଣୀ ଓ ଗୋଟିଏ ଭାଇଙ୍କ ମଧ୍ୟରେ ସବୁଠାରୁ ବଡ଼। ତାଙ୍କ ପିଲାବେଳର ନାମ ହେମା ଥିଲା, ହେଲେ ଥରେ ଏକ ନାଟକ ଚରିତ୍ର ‘ଲତୀକା’ ନାମରେ ତାଙ୍କ ନାମ ଲତା ରଖାଯାଇଥିଲା। ସେ ୫ ବର୍ଷ ବୟସରୁ ହିଁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ।

- Advertisement -

ତେବେ ଖୁବ୍‍ କମ୍‍ ଲୋକ ଏ ବିଷୟରେ ଜାଣନ୍ତି ଯେ, ଲତା ମଙ୍ଗେସ୍କରଙ୍କୁ ବିଷ ଦେଇ ମାରିବା ପାଇଁ ଚେଷ୍ଟା କରାଯାଇଥିଲା। ସୂଚନା ଅନୁସାରେ, ୧୯୬୨ ମସିହାରେ ଯେତେବଳେ ଲତାଙ୍କୁ ୩୩ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ସ୍ଲୋ ପଏଜନ୍‍ ଦିଆଯାଇଥିଲା। ଲେଖିକା ପଦ୍ମା ସଚଦେବ ତାଙ୍କ ପୁସ୍ତକ ‘ଏସା କାହାଁ ସେ ଲାଉଁ’ ରେ ଏହି ତଥ୍ୟ ଉନ୍ମୋଚନ କରିଛନ୍ତି। ସେ ଲେଖିଛନ୍ତି ଯେ, “ଲତା ଦେବୀ ଯେତେବେଳେ ୩୩ ବର୍ଷର ଥିଲେ ସେତେବେଳେ ସେ ମୋତେ ଏହି କଥା କହିଥିଲେ। ଥରେ ସକାଳୁ ତାଙ୍କ ପେଟରେ ଖୁବ୍‍ ଯନ୍ତ୍ରଣା ହେବାକୁ ଲାଗିଲା। କିଛି ସମୟ ପରେ ତାଙ୍କର ଦୁଇ-ତିନି ଥର ବାନ୍ତି ମଧ୍ୟ ହୋଇଥିଲା। ସେହି ସମୟରେ ସେ ଚାଲିବାକୁ ମଧ୍ୟ ସକ୍ଷମ ନଥିଲେ। ତାଙ୍କ ସମ୍ପୂର୍ଣ୍ଣ ଶରୀରରେ ଖୁବ୍‍ ଯନ୍ତ୍ରଣା ହେବାକୁ ଲାଗିଲା। ତା’ପରେ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ଓ କହିଥିଲେ ଯେ ତାଙ୍କୁ ସ୍ଲୋ ପଏଜନ୍‍ ଦିଆଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଘଟଣା ପରେ ତାଙ୍କ ଘରର ରୋଷେୟା ଫେରାର୍‍ ହୋଇଯାଇଥିଲା। ଏପରିକି ସେ ତା’ର ବାକି ଥିବା ଟଙ୍କା ମଧ୍ୟ ନେଇ ନଥିଲା। ସେହି ରୋଷେୟା ଲତା ମଙ୍ଗେସ୍କରଙ୍କ ଘରେ ରୋଷେଇ କରିବା ପୂର୍ବରୁ ବଲିଉଡ଼ ସହ ଜଡ଼ିତ ବହୁ ଲୋକଙ୍କ ଘରେ କାମ କରିଥିଲା”। ସେ ଏହା ମଧ୍ୟ ଲେଖିଛନ୍ତି ଯେ, “ ଏହି କାରଣରୁ ଲତା ମଙ୍ଗେସ୍କରଙ୍କୁ ୩ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପଡ଼ିଥିଲା ଓ ସେ ସେହି ୩ ମାସ ଗୀତ ଗାଇ ପାରିନଥିଲେ”।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories