www.samajalive.in
Monday, December 8, 2025
27.1 C
Bhubaneswar

ଆସୁଛି ମାନବବିହୀନ ଟ୍ୟାଙ୍କ, ବିନା ଯୋଦ୍ଧାରେ ଯୁଦ୍ଧଭୂମିରେ କରିବ ଯୁଦ୍ଧ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ଆଉ ଏକ ଶକ୍ତି । ଡିଆରଡିଓ ଏନେଇ ଗବେଷଣା କରିବା ସହ ମାନବବିହୀନ ଟ୍ୟାଙ୍କର ବିକାଶ କରୁଛି । ଯେଉଁ ଟ୍ୟାଙ୍କରେ ବିନା ମଣିଷରେ ଯୁଦ୍ଧ କରିହେବ । ଏହି ଟ୍ୟାଙ୍କର ନାଁ ଅର୍ଜୁନ ଏମକେ-୧ଏ ରହିଥିବା ବେଳ ଯୁଦ୍ଧ ଭୂମିରେ ବିନା ଯୋଦ୍ଧାରେ ଶତ୍ରୁଙ୍କ ସହ ଲଢ଼େଇ କରିବ ।

 ଏପ୍ରିଲ୍ ୨୦୨୨ରେ ଡିଆଡିଓର ଟେକ୍ନୋଲୋଜି ଫୋକସ୍ ଉଲ୍ଲେଖ କରିଥିଲା । ଅର୍ଜୁନ ଏମ-୧ଏ ଉପରେ ଆଧାରିତ ଏକ ମାନବ ବିହୀନ ଟ୍ୟାଙ୍କ ଉପରେ କାମ କରାଯାଉଛି ।ଏହି  ମାନବ ବିହୀନ ଟ୍ୟାଙ୍କକୁ ଅପରେଟ୍‌ ପାଇଁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି । ଆହୁରି କୁହାଯାଉଛି କି ଏହି ଟ୍ୟାଙ୍କ ସ୍ୱଦେଶୀ ଇଞ୍ଜିନରେ ନିର୍ମିତ ।

କମ୍ବାଟ୍ ଭେଇକିଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ବା (ସିଭିଆରଡିଇ) ଭାରତୀୟ ସେନା ପାଇଁ ଯୁଦ୍ଧ ଟ୍ୟାଙ୍କର ଡିଜାଇନ୍ ପ୍ରସ୍ତୁତ କରିଛି । ଭବିଷ୍ୟତରେ ଏହାକୁ ବିକଶିତ କରିବା ପାଇଁ ଆହୁରି ଲକ୍ଷ୍ୟ ରଖାଯାଇଛି । ଏଥିରେ ସିଭିଆରଡିଇ ୬୦୦ଏଚପି ଇଞ୍ଚିନ ସହ ଉନ୍ନତ କୌଶଳରେ ଏହାକୁ ନିର୍ମାଣ କରାଯାଇଛି ।

- Advertisement -

ଡିଆରଡିଓ ଓ ଭାରତୀୟ ସ୍ୱଦେଶୀ ଉଦ୍ୟମ ଯୋଗୁ ଏହା ସଫଳ ହୋଇଛି । ଆଉ ଏହି ଟ୍ୟାଙ୍କକୁ ଆଗକୁ ଆହୁରି ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ବାରା ଭାରତର ଟେକ୍ନୋଲୋଜି ମଧ୍ୟ ବୃଦ୍ଧି ପାଇବ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ହୋଇପାରିବ । ସବୁଠାରୁ ବଡ଼ କଥା ହେଉଛି ଏଥି ଯୋଗୁ ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories