www.samajalive.in
Monday, December 8, 2025
27.1 C
Bhubaneswar

ଲାଞ୍ଜିଗଡ଼ରେ ବାର୍ଷିକ ଚୈତ୍ରଯାତ୍ରା: ମା’ ଠାକୁରାଣୀଙ୍କ ଘଟ ପରିକ୍ରମା ଶେଷ

ଲାଞ୍ଜିଗଡ: ଶୁକ୍ଳପକ୍ଷ ଦ୍ୱିିତୀୟା ତିଥିରେ ଲାଞ୍ଜିଗଡ ବ୍ଲକରେ ଦେବାଦେବୀଙ୍କ ବାର୍ଷିକ ଚୈତ୍ରଯାତ୍ରା ପର୍ବ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ପର୍ବ ପାଳନ ପାଇଁ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ତିଥି ରହିଥିବା ବେଳେ ଲାଞ୍ଜିଗଡ ଅଞ୍ଚଳରେ ଗୋଟିଏ ତିଥିରେ ଚୈତ୍ରଯାତ୍ରା ପର୍ବ ହୋଇଥାଏ। ଏହି ପର୍ବ ରାଜା ରାଜୁଡା ଅମଳରୁ ପ୍ରଚଳିତ ଥିବା ବେଳେ ବର୍ତ୍ତମାନ ମଧ୍ୟ ଏହା ମହାଆଡ଼ମ୍ବର ସହ ପାଳନ ହେଉଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଲାଞ୍ଜିଗଡର ଇଷ୍ଟଦେବୀ ଠାକୁରାଣୀଙ୍କ ଚୈତ୍ର ଘଟ ଶନିିବାର ଦିନ ବାହାରିଥିଲା। ପରିକ୍ରମାରେ ବାହାରି ଥିବା ଦେବୀଙ୍କ ଘଟ ଲାଞ୍ଜିଗଡ ଅଞ୍ଚଳର ୩୫ରୁ ଊର୍ଦ୍ଧ୍ବ ଗ୍ରାମ ପରିକ୍ରମା କରିବା ପରେ ଚଳିତ ବର୍ଷର ଚୈତ୍ର ଘଟଯାତ୍ରା ସୋମବାର ଦିନ ସମ୍ପନ୍ନ ହୋଇଥିବା ପୂଜକ ଜମ୍ବେବ ପୂଜାରୀ କହିଛନ୍ତି। ଦେବୀଙ୍କ ଘଟଯାତ୍ରା ପାଇଁ ଗ୍ରାମଗୁଡିକୁ ଆଗୁଆ ସୂଚନା ଦିଆଯାଇଥାଏ।

ସେହିଦିନ ଗ୍ରାମବାସୀ ନିଜ ଅଗଣାରେ ଝୋଟି ଆଙ୍କି ଝୁଣା, ପଣା, ନଡ଼ିଆ, କଦଳି ନୈବେଦ୍ୟ ଦେଇ ଦେବୀଙ୍କୁ ସ୍ୱାଗତ କରି ସନ୍ତୁଷ୍ଟ କରିଥାନ୍ତି ଓ ରୋଗଶୋକ ଦୂର ପାଇଁ ଦେବୀଙ୍କୁ ପ୍ରାର୍ଥନା କରିଥାନ୍ତି। ଏନେଇ ଗତ ଶନିବାର ଦିନଠାରୁ ଗ୍ରାମଗୁଡିକ ଉତ୍ସବମୁଖର ହୋଇଉଠିଥିଲା। ଯାତ୍ରାକୁ ସୁଚାରୁ ରୂପେ ତୁଲାଇବା ପାଇଁ ଦେବୀ ପୂଜକ ଲାଞ୍ଜିଗଡବାସୀଙ୍କ ସହଯୋଗ କାମନା କରି ଘଟ ପରିକ୍ରମା ଆରମ୍ଭ କରିଥିଲେ। ଲାଞ୍ଜିଗଡବାସୀଙ୍କ ସହଯୋଗକ୍ରମେ ରବିବାର ଦିନ ଦେବୀଙ୍କ ଘଟଯାତ୍ରା ଭ୍ରମଣ ଗ୍ରାମରେ ଥିବା ଠାକୁରାଣୀଙ୍କ ମୁଖ୍ୟ ପୀଠରୁ ବାହାରି ବିଭିନ୍ନ ଗାଁକୁ ଯାଇ ଦର୍ଶନ ଦେଇଥିଲେ। ଦେବୀଙ୍କ ଘଟ ସହିତ ଶଙ୍ଖ, ଘଣ୍ଟ ଓ ବାଜାରେ ଲାଞ୍ଜିଗଡ ଦୁଲୁକି ଉଠୁଥିବା ବେଳେ ଏଥିରେ ଗ୍ରାମବାସୀମାନେ ସାମିଲ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା। ୯ଦିନ ବ୍ୟାପି ହେଉଥିବା ମା’ଙ୍କ ଏହି ଯାତ୍ରାକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଘଟପର୍ବ କମିଟିର ସମସ୍ତ ସଦସ୍ୟ ଏହି ଯାତ୍ରାରେ ସହଯୋଗ ଜାରି ରଖିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories