www.samajalive.in
Tuesday, December 9, 2025
15.1 C
Bhubaneswar

ଅସ୍ତ୍ରୋପଚାର ବେଳେ ଗାଈ ପେଟରୁ ବାହାରିଲା ୧୫କିଗ୍ରା ପଲିଥିନ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏକ ଗାଈ ପେଟରୁ ବାହାରିଛି ୧୫ କିଗ୍ରା ଓଜନର ପଲିଥିନ। ଗାଈଟି ଅସୁସ୍ଥ ଥିବାରୁ ତା ପେଟ ଅସ୍ତ୍ରୋପଚାର ବେଳେ ଏହି ଆବର୍ଜନା ସବୁ ବାହାର କରାଯାଇଛି । ଏହି ଗାଈଟି ବ୍ରହ୍ମପୁର କୋର୍ଟପେଟା ଛକ ନିକଟସ୍ଥ ବିଦ୍ୟାନଗର ମୁଖ୍ୟ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଖବରପାଇ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ପଶୁ ଚିକିତ୍ସାଳୟ ସହ ଯୋଗାଯୋଗ କରିଥିଲେ । ତୁରନ୍ତ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଈକୁ ଉଦ୍ଧାର କରିବା ସହ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତାର ପେଟରେ ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପେଟର ଅସ୍ତ୍ରୋପଚାର କରିଥିଲେ । ଆଉ ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି ୧୫ କିଗ୍ରା ଓଜନର ପଲିଥିନ ଗୁଳା ବାହାରିଥିଲା । ରାଜ୍ୟରେ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଛି । ହେଲେ ଅଧିକାଂଶ କିଣାବିକାରେ ପଲିଥିନ ଦେଖିବାକୁ ମିଳୁଛି । ଯାହା କାରଣରୁ ପଶୁଙ୍କୁ ଏଭଳି କଷ୍ଟ ସହିବାକୁ ପଡୁଛି ବୋଲି ଲାଲାଟେନ୍ଦୁ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories