www.samajalive.in
Tuesday, December 9, 2025
17.1 C
Bhubaneswar

ଗୁଜରାଟରେ ଏକ୍ସଇ ପ୍ରକରଣ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଏକ୍ସଇ ପ୍ରକରଣର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ପ୍ରକରଣ ଗୁଜରାଟରେ ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଏନେଇ ନିଶ୍ଚିତ କରାଯାଇଛି। ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ କୌଣସି ସୂଚନା ମିଳି ନାହିଁ। ସଂକ୍ରମିତ ଜଣକ ବଡୋଦରାର ଗୋତ୍ରୀ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଉକ୍ତ ବ୍ୟକ୍ତିଙ୍କୁ ୬୦ ବର୍ଷ ବୟସ ବୋଲି ଜଣାପଡିଛି। ମାର୍ଚ୍ଚ ୧୧ରେ ସେ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କ ନମୁନାକୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଥିଲା। ପରେ ସେ ଏକ୍ସଇ ପ୍ରକରଣ ଚିହ୍ନଟ ହୋଇଛନ୍ତି। ସେ ବିଦେଶ ଯାତ୍ରା କରିଥିଲେ କି ନାହିଁ ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ।
ଦେଶରେ ଏକ୍ସଇ ପ୍ରକରଣର ପ୍ରଥମ ମାମଲା ମୁମ୍ବଇରେ ମିଳିଥିଲା ବୋଲି କୁହାଯାଉଥିଲା। ବର୍ତ୍ତମାନ ଏକ୍ସଇ ପ୍ରକରଣରେ ୨ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଭାରିଆଣ୍ଟ କାରଣରୁ ଚୀନରେ ପୁଣି କରୋନା କାୟା ବିସ୍ତାର କରି ଚାଲିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଏହି ପ୍ରକରଣର ପ୍ରଥମ ମାମଲା ୧୯ ଜାନୁଆରୀରେ ବ୍ରିଟେନରେ ଚିହ୍ନଟ ହୋଇଥିଲା।

ମୁମ୍ବଇର ଜଣେ ୫୦ ବର୍ଷ ବୟସ୍କା ମହିଳା ଏହି ନୂତନ ପ୍ରକରଣରେ ସଂକ୍ରମିତ ହୋଇଥିବା ନେଇ ଖବର ମିଳିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟତା ମିଳିନଥିଲା। ଏହି ମହିଳାଙ୍କର କରୋନାର କୌଣସି ଲକ୍ଷଣ ନ ଥିବାରୁ ଏହା ଆଶ୍ୱସ୍ତିକର। ସେ ଫେବ୍ରୁଆରୀ ୧୦ ରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ରିପୋର୍ଟ ଅନୁଯାୟୀ, ମୁମ୍ବଇରୁ ପଠାଯାଇଥିବା ୨୩୦ଟି ନମୁନା ମଧ୍ୟରୁ ୨୨୮ ଟି ଓମିକ୍ରନ୍, କାପା ଏବଂ ଏକ୍ସଇ ପ୍ରକରଣରୁ ଗୋଟିଏ। ବିଶେଷଜ୍ଞମାନେ କରୋନାର ଏହି ନୂତନ ପ୍ରକାରକୁ ନେଇ ଗବେଷଣା ଜାରି ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଅନୁଯାୟୀ, ୧୯ ଜାନୁଆରୀରେ ବ୍ରିଟେନରେ ଏକ୍ସଇ ନାମକ ନୂତନ ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଥିଲା ଏବଂ ସେହି ଦିନଠାରୁ ୬୦୦ରୁ ଅଧିକ ମାମଲା ପ୍ରମାଣିତ ହୋଇଛି । ଓମିକ୍ରନ୍ ର ଏହି ନୂତନ ପ୍ରକାର କରୋନା ଭୂତାଣୁ ପୂର୍ବ ପ୍ରକାର ଅପେକ୍ଷା ଅଧିକ ସଂକ୍ରାମକ ବୋଲି କୁହାଯାଏ।

- Advertisement -

ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜର ପ୍ରଫେସର ଡକ୍ଟର ଗଗନଦୀପ କାଙ୍ଗ କହିଛନ୍ତି ନୂତନ ଏକ୍ସଇ ପ୍ରକରଣ ଚିନ୍ତାର କାରଣ ନୁହେଁ କାରଣ ଏହା ଓମିକ୍ରନ୍ (BA.1 ଏବଂ BA.2)ର ଅନ୍ୟ ଉପ-ପ୍ରକରଣ ଅପେକ୍ଷା ଅଧିକ ଗୁରୁତର ହେବାର ସମ୍ଭାବନା ନାହିଁ ) ସେ ଏହା କହିଛନ୍ତି ଲୋକମାନେ ଯାତାୟାତ କରୁଥିବାରୁ ଏହି ପ୍ରକରଣ ବର୍ତ୍ତମାନ ବୃଦ୍ଧି ପାଇବାର ଅଧିକ ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories