www.samajalive.in
Tuesday, December 9, 2025
16.1 C
Bhubaneswar

ସକ୍ରିୟ ହେଲା ପରିବହନ ବିଭାଗ, ପୁଣି ହେଲା ଚିକିଂ କଡ଼ାକଡ଼ି

ସମ୍ବଲପୁର: ସାରା ରାଜ୍ୟରେ ମୋଟରଯାନ ନିୟମ ଉଲ୍ଲଂଘନକାରୀ ଯାନବାହାନ ଗୁଡିକ ଉପରେ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନ ଆରମ୍ଭ କରାଯାଇଛି । ଏହି କ୍ରମରେ ବିଗତ ଦିନରେ ସମ୍ବଲପୁର ଜିଲାରେ ମଧ୍ୟ ମୋଟରଯାନ ନିୟମ ଉଲ୍ଲଂଘନକାରୀ ମାନଙ୍କୁ ନିୟନ୍ତ୍ରିତ କରିବା ପାଇଁ ଚଢ଼ଉ କରାଯାଉଛି । ୩୦ ତାରିଖରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ୩ଟି ଯାତ୍ରୀବାହୀ ଯାନ ଗୁଡିକୁ ନିୟମ ଉଲ୍ଲଂଘନ କରୁଥିବାରୁ ମୋଟା ଅଙ୍କର ଜରିମାନା କରାଯାଇଥିଲା । ସେହିଭଳି ଗୁରୁବାର ରାତ୍ରିରେ ଜିଲା ଦେଇ ଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜପଥ ଗୁଡିକରେ ସମ୍ବଲପୁର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଅଚାନକ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ଅଭିଯାନ ସମୟରେ ସମୁଦାୟ ୫୯ଟି ଯାନବାହନିକୁ ଚେକିଂ କରାଯାଇଥିଲା ।

ଚେକିଂ ସମୟରେ ୪୮ଟି ଯାନ ଗୁଡିକୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଜରିମାନା କରାଯାଇଛି । ଗାଡି ଗୁଡିକର ପଞ୍ଜୀକରଣ, ବୀମା, ଅତ୍ୟଧିକ ଓଜନର ମାଲ ପରିବହନ, ଟିକସ ପୈଠ କରି ନଥିବା, ନିଶାପାନ କରି ଗାଡିଚାଳନା ଆଦି ବିଭିନ୍ନ ବିଷୟକୁ ଧ୍ୟାନରେ ରଖାଯାଇଥିଲା । ଏଥି ସହ ୪ଟି ଯାନକୁ ବିଭାଗ ପକ୍ଷରୁ ମୋଟର ନିୟମ ଉଲ୍ଲଂଘନ ପାଇଁ ଜବତ ମଧ୍ୟ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଅଚାନକ ବିଭାଗ ପକ୍ଷରୁ କରାଯାଉଥିବା ଏଭଳି ଚଢ଼ଉ ଅଭିଯାନକୁ ସବୁ ମହଲରେ ସ୍ୱାଗତ କରାଯାଉଥିବା ବେଳେ ଏଭଳି ନିୟମିତ ଚେକିଂ ହେଲେ, ଆଗାମୀ ଦିନରେ ଦୁର୍ଘଟଣା ଜନିତ ଧନଜୀବନ ହାନି ହ୍ରାସ ପାଇବ ଏବଂ ଏହାର ସୁଫଳ ନିଶ୍ଚିତ ପ୍ରତିଫଳିତ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories