www.samajalive.in
Monday, December 8, 2025
27.1 C
Bhubaneswar

ଲମଡୁଙ୍ଗୁରୀରେ ଅଗ୍ନିକାଣ୍ଡ

ସମ୍ବଲପୁର: ଦିନକୁ ଦିନ ରୌଦ୍ର ତାପ ବୃଦ୍ଧି ପାଉଥିବା ବେଳେ ନିୟମିତ ସମ୍ବଲପୁର ତଥା ଆଖପାଖ ଅଞ୍ଚଳର ବଣଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡ ଘଟଣାମାନ ଘଟି ଚାଲିଛି । ସମ୍ବଲପୁରର ଉପକଣ୍ଠ ମାଝିପାଲି ସ୍ଥିତ ଲମଡୁଙ୍ଗରୀ ସଂରକ୍ଷିତ ଜଙ୍ଗଲରେ କୌଣସି କାରଣରୁ ଦିନ ସମୟରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବିଭାଗ ଦିନ ପ୍ରାୟ ୧୨ଟାରେ ଏ ସର୍ମ୍ପକରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୧ ଘଣ୍ଟା ୩୦ ମିନିଟର କଠିନ ପରିଶ୍ରମ ପରେ ଅଗ୍ନିଶମ ଦଳ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଗଛର ଡାଳ ପରସ୍ପର ମଧ୍ୟରେ ଘସି ହୋଇ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଦଳ ପ୍ରାଥମିକ ଅନୁସନ୍ଧାନରୁ ଆକଳନ କରୁଛି । ଏହି ଅଗ୍ନିକାଣ୍ଡରେ ଧନଜୀବନ ହାନୀ ଘଟି ନ ଥିବା ବେଳେ କିନ୍ତୁ ବହୁ ମୂଲ୍ୟବାନ ବୃକ୍ଷଲତା ପୋଡି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ବିଗତ କିଛି ଦିନ ହେବ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲ ଗୁଡିକରେ ଗ୍ରୀଷ୍ମତାପ ବୃଦ୍ଧି ପାଇଥିବାରୁ ଅଗ୍ନିକାଣ୍ଡ ଘଟଣାମାନ ଘଟୁଥିବାର ପରିଲିକ୍ଷୀତ ହୋଇଛି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories