www.samajalive.in
Monday, December 8, 2025
27.1 C
Bhubaneswar

ପହିଲାରୁ ଧାଡ଼ି ଦର୍ଶନ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି। ବୈଠକ ସରିବା ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଦେଇଥିବା ସୂଚନା ଅନୁସାରେ, ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟର ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ। ଏନେଇ ଆରଟିଆଇରେ ତଥ୍ୟ ମାଗିଲେ ମଧ୍ୟ ମିଳିବ ନାହିଁ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସାର୍ବଜନୀନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ବ୍ରହ୍ମ ବିଭ୍ରାଟରେ ସମ୍ପୃକ୍ତ ଥିବା ୧୦ ରୁ ୧୫ ଜଣ ସେବକଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଆଇନ ୨୧(ଖ) ଅନୁସାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଣ ଦର୍ଶାଅ ନୋଟିସ ଜାରି ହେବା ସହ ୩ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ। ଏହାବ୍ୟତୀତ ଅକ୍ଟୋବର ୧ରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଏଣିକି ନିୟମିତ ବ୍ୟବଧାନରେ ଦାନ ସୁନା ବ୍ୟାଙ୍କକୁ ଯିବ। ଶ୍ରୀମନ୍ଦିର କର୍ମଚାରୀ ସଂଖ୍ୟା ହ୍ରାସ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ବାହାରେ ୪ଟି ହୁଣ୍ଡି ଲାଗିବ ବୋଲି ମଧ୍ୟ ସେ କହିଛନ୍ତି। ଭିତରକାଠ ଓ ବାହାରକାଠ ମଧ୍ୟରେ ୨ଟି ଦାନବାକ୍ସ ରହିବ। ଶ୍ରୀମନ୍ଦିରରେ ଷୋହଳ ପୂଜା ନୀତିର ମଧ୍ୟ ସମୀକ୍ଷା କରାଯାଇଛି। ଏଥିସହିତ ଶ୍ରୀମନ୍ଦିରରେ ଶୃଙ୍ଖଳା ଉପରେ ମଧ୍ୟ ଆଲୋଚନା କରାଯାଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories