www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ୱ ସାସ୍ଥ୍ୟ ଦିବସରେ ମାଗଣା ସ୍ୱାସ୍ଥ୍ୟ ଶିବିର

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ପେଣ୍ଠପଡା ଅନ୍ତର୍ଗତ ଅହମଦପୁର ଗ୍ରାମ ନିକଟସ୍ଥ ଭାରତଗ୍ୟାସ ବିତରଣ କେନ୍ଦ୍ର ପାର୍ଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରକୁ ଦବାଇ ଇଣ୍ଡିଆ ଓ ଲୁକ୍ ସାନ୍ ସଂସ୍ଥା ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା । ଡାକ୍ତର ସୁନିଲ ତରାଇ, ଡା. ନରହରି ମିଶ୍ର ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ନିହାରିକା ପଟ୍ଟନାୟକଙ୍କ ସହିତ ଭୁବନେଶ୍ୱରରୁ ଆସିଥିବା ମନସ୍ତତ୍ତ୍ୱବିତ୍‌ ଡାକ୍ତର ପାର୍ଥସାରଥି ବିଶ୍ୱାଳ ଏବଂ ଡା. ପଞ୍ଚାନନ ପଣ୍ଡା ଯୋଗ ଦେଇଥିଲେ । ଲୁକ୍ ସାନ୍ ସଂସ୍ଥାର ଉପସଭାପତି ରନିଙ୍ଗ ଏସ୍ ଦାସ , ପ୍ରୋଗ୍ରାମର ଉପସଭାପତି ବି ବିକ୍ରମ କୁମାର ଓ ଅପରେସନ ପରିଚାଳକ ପ୍ରିୟୋଜିତ ଆଲାମ ଶିବିରକୁ ପରିଚାଳନା କରିଥିଲେ । ୨ ଶହ ରୋଗୀଙ୍କୁ ପରୀକ୍ଷା କରାଯାଇ କିଛି ଔଷଧ ବଣ୍ଟନ କରାଯାଇଥିଲା । ସକରାତ୍ମକ ଚିନ୍ତା ସନ୍ତୁଳିତ ଆହାର ନିୟମିତ ବ୍ୟାୟାମ ପୁସ୍ତକ ପଠନ ଇତ୍ୟାଦି କଲେ ନିଜର ମାନସିକ ସ୍ଥିତିରେ ସୁଧାର ଆସିବ ବୋଲି ମନସ୍ତତ୍ତ୍ୱ ଡା. ବିଶ୍ଵାଳ ପରାମର୍ଶ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତ ଓ ସମିତି ସଭ୍ୟ ସୁମନ୍ତ ଘଟୁଆରୀ ଉପସ୍ଥିତ ରହିଥିଲେ । ଭାରତ ଗ୍ୟାସ କମ୍ପାନୀ କର୍ମଚାରୀମାନେ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories