www.samajalive.in
Monday, December 8, 2025
17.1 C
Bhubaneswar

ପିପିଲି ପୌର ଉପାଧ୍ୟକ୍ଷା ହେଲେ ଭାଗ୍ୟବତୀ ମହାରାଣା

ପିପିଲି:ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ନଂ ୱାର୍ଡର ବିଜେଡି କାଉନ୍‍ସିଲର ଭାଗ୍ୟବତୀ ମହାରଣା ପିପିଲି ପୌର ପରିଷଦର ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ମହାରଣା ଏହା ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ଥିଲେ। ପିପିଲି ବ୍ଲକ ଅନ୍ତର୍ଗତ ନୂଆଶାସନ ୟୁଜିଏମ୍‍ଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ୨୦୧୮ ମାର୍ଚ୍ଚ ୩୧ ତାରିଖରେ ୟ ଅବସର ନେଇଥିଲେ। ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ମଳ ଓ ସ୍ୱଚ୍ଛ ଭାବମୁର୍ତ୍ତି ସାଙ୍ଗକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଆଜି ସେ ପୌରାଧ୍ୟକ୍ଷା ହୋଇପାରିଥିବା ଶ୍ରୀମତୀ ମହାରଣା ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିବା ସହ ପିପିଲି ପୌରବାସୀଙ୍କ ନିକଟରେ କୃତଜ୍ଞତା ଅର୍ପଣ କରିଛନ୍ତି। ପିପିଲି ଏନ୍‍ଏସିରେ ବିକାଶ ଧାରା ଜାରି ରହିବ ବୋଲି ସେ କହିଛନ୍ତି।

ପିପିଲି ଏନ୍‍ଏସିର ଉପାଧ୍ୟକ୍ଷ ପଦବୀ ପାଇଁ ଗୁରୁବାର ପିପିଲି ପୌର କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡିର ୧୩ଜଣ କାଉନ୍‍ସିଲରଙ୍କ ସମେତ ଜଣେ ସ୍ୱାଧୀନ ଓ ୨ଜଣ ବିଜେପି କାଉନ୍‍ସିଲର ଯୋଗ ଦେଇଥିଲେ। ଉପାଧ୍ୟକ୍ଷ ଆସନରେ କେବଳ ୧୦ନଂ ୱାର୍ଡର ବିଜେଡି କାଉନ୍‍ସିଲର ଭାଗ୍ୟବତୀ ମହାରଣା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଫଳରେ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ ଘୋଷଣା କରିଥିଲେ। ଏହି ନିର୍ବାଚନ ସମୟରେ ବିଜେଡି ଦଳର ପ୍ରାଧିକୃତ ପ୍ରତିନିଧି ଭାବେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଉପସ୍ଥିତ ଥିଲେ। ପୌର ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ଶ୍ରୀମତୀ ମହାରଣାଙ୍କୁ ବିଧାୟକ ରୁଦ୍ରପ୍ରତାପଙ୍କ ସମେତ ଏନ୍‍ଏସି ନିର୍ବାହୀ ଅଧିକାରୀ ପୂଜା ରାଉତ, ପୌରାଧ୍ୟକ୍ଷ ସେକ୍‍ ବାବୁ, ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ବିଜେଡି ରାଜ୍ୟ ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ଦଳର ବରିଷ୍ଠନେତା ଜବାର ଖାଁ, ଯୁବନେତା ଲିଙ୍କନ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଥିଲେ। ପିପିଲି ପୌରବାସୀଙ୍କ ସହ ନିଜକୁ ଯୋଡି ରଖି ପ୍ରତ୍ୟେକ ସମସ୍ୟାର ସମାଧାନ ଦିଗରେ ଯତ୍ନବାନ ହେବାକୁ ବିଧାୟକ ଶ୍ରୀମହାରଥୀ ପରାମର୍ଶ ଦେଇଥିଲେ। ପିପିଲି ପୌରାଞ୍ଚଳରେ ଶାନ୍ତି ଓ ପ୍ରଗତୀର ଧାରା ବଜାୟ ରହିବା ସହ ଏହାକୁ ରାଜ୍ୟର ଏକ ନମ୍ବର ପୌରାଞ୍ଚଳରେ ପରିଣତ କରିବା ଦିଗରେ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ଶ୍ରୀମହାରଥୀ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ । ଆଜିର ଏହି ଉପାଧ୍ୟକ୍ଷ ନିର୍ବାଚନ ପରିଚାଳନା କାର୍ଯ୍ୟରେ ପୌର କାର୍ଯ୍ୟାଳୟର ବରିଷ୍ଠ ସହକାରୀ ସୁଶାନ୍ତି ଦାସ, ଅଶୋକ କୁମାର ଦାଶ ଓ ଅଜୟ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories