www.samajalive.in
Monday, December 8, 2025
20.1 C
Bhubaneswar

ଓଆଇସି ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ : ଇସଲାମିକ ସହଯୋଗ ସଂଗଠନ (ଓଆଇସି) ବୈଠକରେ ପାକିସ୍ତାନ ଦ୍ୱାରା କାଶ୍ମୀର ପ୍ରସଙ୍ଗ ଉଠାଯିବା ପରେ ଭାରତ ପ୍ରତିବାଦ ଜଣାଇଛି। କୌଣସି ବହୁରାଷ୍ଟ୍ରୀୟ ସଂଗଠନରେ ଭାରତର ଆଭ୍ୟନ୍ତରୀଣ ମାମଲା ଉପରେ ଚର୍ଚ୍ଚା କରାଯିବା ସଂଗଠନ ଏବଂ ଏହାର ସଦସ୍ୟଙ୍କ ପାଇଁ ଅନୁଚିତ୍‍ ବୋଲି ଭାରତ ପକ୍ଷରୁ କୁହାଯାଇଛି। ମିଳିତ ଜାତିସଂଘ ସାଧାରଣ ପରିଷଦର ୭୩ତମ ଅଧିବେଶନ ପରେ ବୁଧବାର ଓଆଇସି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଏହାପରେ ଭାରତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଉପରେ ପ୍ରତିବାଦ ଜଣାଇଥିଲେ। ଭାରତର ଆଭ୍ୟନ୍ତରୀଣ ମାମଲା ଉପରେ ମନ୍ତବ୍ୟ ଦେବା କିମ୍ବା ଆଲୋଚନା କରିବା ପାଇଁ ଓଆଇସିର କୌଣସି ଅଧିକାର ନାହିଁ। ପାକିସ୍ତାନ ସବୁବେଳେ ଏକ ପାଖିଆ କଥା କହୁଛି ଓ ଏହା ତାର ପ୍ରକୃତ ରୂପକୁ ପ୍ରଦର୍ଶିତ କରୁଛି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ସରକାର ଆତଙ୍କବାଦୀ ବୁରହାନ୍‍ ୱାନି ସହିତ ୨୦ଜଣଙ୍କ ଉପରେ ଡାକଟିକଟ ପ୍ରକାଶ କରିବା ପରେ ନ୍ୟୁୟର୍କଠାରେ ପ୍ରସ୍ତାବିତ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକକୁ ଭାରତ ରଦ୍ଦ କରିଦେଇଥିଲା। ଫଳରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀଙ୍କୁ ଛାଡ଼ି ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଜର୍ମାନୀ, ବୋଲଭିୟା, ଆର୍ମେନିୟା, ପାନାମା, ଅଷ୍ଟ୍ରିୟା, ଆଣ୍ଟାଗୁଆ, ବାରବୁଡ଼ା, ଚିଲି ଓ ଇରାନ ପ୍ରମୁଖ ଦେଶର ବିଦେଶ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories