www.samajalive.in
Monday, December 8, 2025
27.1 C
Bhubaneswar

ଚୀନରେ ୨ ବର୍ଷର ରେକର୍ଡ ଭାଙ୍ଗିଲା କରୋନା; ହସ୍ପିଟାଲରେ ନାହିଁ ଶଯ୍ୟା !

ନୂଆଦିଲ୍ଳୀ: କରୋନା କବଳରେ ପୁଣି ଚୀନ । ଚୀନରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  କରୋନା ସଂକ୍ରମଣ କାରଣରୁ ବର୍ତ୍ତମାନ ଚୀନର ସ୍ଥିତି ଖରାପ ହେବାର ଲାଗିଛି । ଚୀନର ଅଧିକାଂଶ ସ୍ଥାନରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଚୀନରେ ୧୬ହଜାର ୪୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପ୍ରାୟ ଦୁଇବର୍ଷର ରେକର୍ଡ ଭାଙ୍ଗିଛି ବୋଲି କୁହାଯାଉଛି । କେବଳ ସାଂଘାଇରୁ ୮ ହଜାର ୫୮୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । କରୋନା ଦ୍ରୁତ ଗତିରେ ବ୍ୟାପୁଥିବାରୁ ସାଂଘାଇର ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ଖାଲି ରହୁନାହିଁ । ଏହା ସତ୍ତ୍ବେ ସାଂଘାଇରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା ଚୀନ ଦାବି କରିଛି ।

ସେପଟେ ଦ୍ରୁତ ଭାବେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଚୀନର ସ୍ଥିତି ସଂଗୀନ ହେଲାଣି । ବିଭିନ୍ନ ସ୍ଥାନରେ ତାଲାବନ୍ଦ ହେବା ସହ ରାଜଧାନୀ ସାଂଘାଇରେ ମଧ୍ୟ ଲକଡାଉନ କଟକଣା ଲଗାଯାଇଛି । ମାର୍ଚ୍ଚ ୨୮ରୁ ଚୀନ ସରକାର ତାଲାବନ୍ଦର ଦ୍ବିତୀୟ ପର୍ଯ୍ୟାୟ କଟକଣା ଲଗାଇଥିଲେ । ତାହା ସହ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଥିଲେ । ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।  କରୋନା ଯୋଗୁ ଚୀନର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ମଧ୍ୟ ବିଶେଷ ପ୍ରଭାବ ପଡ଼ୁଛି । କରୋନା ସଂକ୍ରମଣ କାରଣରୁ ଚୀନ ବିଦେଶକୁ ସାମଗ୍ରୀ ରପ୍ତାନୀ ବନ୍ଦ କରିଛି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories