www.samajalive.in
Thursday, December 11, 2025
23.1 C
Bhubaneswar

ଫୁଟ୍‍ପାଥରେ ଶୋଇଲେ ସ୍କୁଲ୍‍ ଛାତ୍ରଛାତ୍ରୀ

ପାଟନା: ଶିଶୁ ଓ ନାବାଳକ/ନାବାଳିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ବିହାରରେ ଏକ ଧାରା ପାଲଟି ଯାଇଛି। ମୁଜାଫରପୁର ଆଶ୍ରୟଗୃହରେ ନାବାଳିକା ନିର୍ଯାତନା ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ସ୍କୁଲ୍‍ ଛାତ୍ରଛାତ୍ରୀମାନେ ଫୁଟ୍‍ପାଥରେ ରାତ୍ରିଯାପନ କରିଥିବା ଖବର ଆସିଛି।
ପୂର୍ବ ଚମ୍ପାରଣ ଜିଲାର ସରକାରୀ ଉତକ୍ରାମିତ୍‍ ମଧ୍ୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୨୬ ଜଣ ଛାତ୍ରୀ ଓ ୨୮ ଜଣ ଛାତ୍ର ‘ବିହାର ଦର୍ଶନ ଯୋଜନା’ରେ ଗତ ମଙ୍ଗଳବାର ପାଟନା ଚିଡ଼ିଆଖାନା ବୁଲିବାକୁ ଯାଇ ହଟହଟା ହୋଇଛନ୍ତି। ରାତିରେ ସେମାନେ ଚିଡ଼ିଆଖାନା ପାଶ୍ୱର୍ ଫୁଟ୍‍ପାଥରେ ରାତି କାଟିଛନ୍ତି।
ସେଦିନ ସେଠାରେ ବର୍ଷାପବନ ହୋଇଥିବାରୁ ମାଟି ଓ ଫୁଟ୍‍ପାଥ୍‍ ଓଦା ରହିଥିଲା। ତଥାପି ଛାତ୍ରଛାତ୍ରୀମାନେ ସେହି ଓଦା ଫୁଟ୍‍ପାଥ ଉପରେ ହିଁ ଶୋଇଥିଲେ। ସେଠାରେ ସେମାନଙ୍କୁ ପ୍ରବଳ ମଶା ଓ କୀଟଙ୍କ ପ୍ରାଦୁର୍ଭାବ ସହିତ ରାସ୍ତାରେ ଯାଉଥିବା ଶହ ଶହ ଗାଡ଼ିର ବିକଟାଳ ହର୍ଣ୍ଣ ଶବ୍ଦକୁ ସହିବାକୁ ପଡ଼ିଥିଲା। ଏହି ଘଟଣା ପରେ ପୂର୍ବ ଚମ୍ପାରଣ ଜିଲାର ଜିଲା ଶିକ୍ଷାଧିକାରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଇଥିବା ୫ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ବିରୋଧରେ ଖୁବ୍‍ଶୀଘ୍ର ବିଭାଗସ୍ତରୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଛାତ୍ରଛାତ୍ରୀଙ୍କୁ ନେଇ ଯାଇଥିବା ଜଣେ ଶିକ୍ଷକ କହିଛନ୍ତି ଯେ ଏହି ଯୋଜନାରେ ସରକାର ଟ୍ରିପ୍‍ ପିଛା ୨୦ ହଜାର ଟଙ୍କା ଦେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ନେଇ ଯାଇଥିବା ବସ୍‍ ଖର୍ଚ୍ଚ ୧୮ ହଜାର ଟଙ୍କା ପରେ ଆଉ ମାତ୍ର ୨ ହଜାର ଟଙ୍କା ବଳିଥିଲା। ଏତିକି ଟଙ୍କାରେ ସମସ୍ତଙ୍କୁ ରହିବା ଓ ଖାଇବା ଯୋଗାଇବା କଷ୍ଟକର। ପାଟନାରେ ପହଞ୍ଚିବା ବେଳକୁ ରାତି ୧୧ଟା ହୋଇସାରିଥିଲା। ନିକଟସ୍ଥ ଗାନ୍ଧି ମଇଦାନ୍‍ରେ ଛାତ୍ରଛାତ୍ରୀଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା। ତା ପରେ ଲଜ୍‍ରେ ରହିବା ପାଇଁ ଆଉ ଅର୍ଥ ନଥିଲା। ଅପରପକ୍ଷରେ ଜିଲା ଶିକ୍ଷାଧିକାରୀଙ୍କ କହିବା ଅନୁଯାୟୀ, ଦାୟିତ୍ୱରେ ଥିବା ଶିକ୍ଷକମାନେ ସମ୍ପୃକ୍ତ ଅଞ୍ଚଳର ସ୍କୁଲ୍‍ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଛାତ୍ରଛାତ୍ରୀଙ୍କୁ ସେଠାରେ ରଖିପାରିଥାନ୍ତେ। ଏଥିପାଇଁ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିଛନ୍ତି। ତେଣୁ ଶିକ୍ଷକମାନଙ୍କର ହିଁ ଭୁଲ୍‍। ଏହି ଘଟଣାର ତଦନ୍ତ ପାଇଁ ବିହାର ଶିକ୍ଷାମନ୍ତ୍ରୀ କ୍ରିଷ୍ଣାନନ୍ଦନ ପ୍ରସାଦ ବର୍ମା ନିର୍ଦେଶ ଦେଇଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories