www.samajalive.in
Monday, December 8, 2025
27.1 C
Bhubaneswar

ନବରାଜ୍ୟ ମଧୁବଶ୍ୟ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟୁକଟା ଗ୍ରାମର ଗଣେଷ ମନ୍ଦିର ପ୍ରାଙ୍ଗଣରେ ନବରାଜ୍ୟ ମଧୁବୈଶ୍ୟ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଧୁବଶ୍ୟ ସମାଜର ସଭାପତି ମାଧବ ଚନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଉପସଭାପତି ପ୍ରଭାକର ସାହୁ, ସାଧାରଣ ସଂପାଦକ ଗଗନ ବିହାରୀ ସାହୁ, ସହସଂପାଦକ ଆର୍ତ୍ତବନ୍ଦୁ ସାହୁ, କୋଷାଧ୍ୟକ୍ଷ ପ୍ରଭାକର ସାହୁ, ବଡମ୍ବା ରାଜ୍ୟସଭାପତି ପ୍ରହଲ୍ଲାଦ ସାହୁ, ଡମପଡା ରାଜ୍ୟ ସଦର ବେହେରା ମନୋରଞ୍ଜନ ସାହୁ, ତିଗିରିଆ ରାଜ୍ୟ ସଦର ବେହେରା ନାରାୟଣ ସାହୁ, ନରସିଂହପୁର ରାଜ୍ୟ ସଭାପତି ଚନ୍ଦ୍ରମଣି ସାହୁ, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭ୍ରମରବର ସାହୁ, ସମସ୍ତ ରାଜ୍ୟ କମିଟି ସଦସ୍ୟ ଓ ଶିକ୍ଷା କମିଟି ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଜାତିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ନାରୀ ସଶକ୍ତିକରଣ ଉପରେ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।  ଜାତିର ଇଷ୍ଟଦେବ ଗଣନାଥଙ୍କ ଭୋଗନୀତି ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ମଧୁବୈଶ୍ୟ ସମାଜର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍‍ସହିତ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର, ତିଗିରିଆ ବ୍ଲକର ଉପାଧ୍ୟକ୍ଷ ମାନସ ରଞ୍ଜନ ସାହୁ, ଭିରୁଡା ପଞ୍ଚାୟତର ସରପଞ୍ଚ ବେଣୁଧର ସାହୁ ଓ ସମାଜସେବୀ ଅକ୍ଷୟ କୁମାର ମହାରଣାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଜାତିର ଇଷ୍ଟ ଗଣନାଥଙ୍କ ପତାକା ଉତ୍ତୋଳନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଖୁଣ୍ଟକଟା ସାହି ଓ ଆଙ୍କୁଲା ସାହିର ସମସ୍ତ ଜାତିଭାଇ, ପୂର୍ବତନ ସାଧାରଣ ସଂପାଦକ କୈଳାସ ଚନ୍ଦ୍ର ସାହୁ ଓ ଯୁବ  ଉଦ୍ୟୋଗୀ ନରେନ୍ଦ୍ର ସାହୁ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories