ଚାନ୍ଦବାଲି : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ରବିବାର କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଅଦାଲତରେ ହାଜର କରିଛନ୍ତି। ଦିନ ୨.୩୦ ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚ ତରଫରୁ ଚାରି ଅଭିଯୁକ୍ତଙ୍କୁ ପୁଣି ଥରେ ପାଞ୍ଚ ଦିନ ରିମାଣ୍ଡରେ ନେବାକୁ ଅଦାଲତରେ ପ୍ରାର୍ଥନା କରିଥିଲେ। ହେଲେ ମାନ୍ୟବର ଅଦାଲତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ତିନିଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିବା ବେଳେ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି। ଆଜି ମଧ୍ୟ ଅଭିଯୁକ୍ତମାନଙ୍କୁ ଦେଖିବାକୁ କୋର୍ଟ ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
Popular Categories



