www.samajalive.in
Tuesday, December 9, 2025
17.1 C
Bhubaneswar

ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ୬ଷ୍ଠ ବାର୍ଷିକଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ବାଙ୍କୀ: ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ୬ଷ୍ଠ ବାର୍ଷିକଉତ୍ସବ ତଥା ସମ୍ବର୍ଦ୍ଧନା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଋଚିକ ହାଟ ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାର୍ଷିକ ଉତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ରାଜ୍ୟ ବରିଷ୍ଠ ମହାସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନା, ସମ୍ମାନୀତ ଅତିଥି ରାଜ୍ୟ ବରିଷ୍ଠ ମହାସଂଘର ସମ୍ପାଦକ ଯୁଗୋଳ କିଶୋର ସାହୁ, ବାଙ୍କୀ ଏନଏସି ଅଧ୍ୟକ୍ଷା ମାଣିକ ସାହୁ, ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ସୁନ୍ଦର ମହନ୍ତ, ଡାକ୍ତର କୈଳାସ ଚନ୍ଦ୍ର ରଥ ପ୍ରମୁଖ ଯୋଗଦେଇଥିଲେ। ବର୍ତ୍ତମାନ ସମାଜରେ ବରିଷ୍ଠ ନାଗରିକମାନଙ୍କର ସେବା ଓ ସୁରକ୍ଷା ପାଇଁ ଯୁବ ଗୋଷ୍ଠୀମାନଙ୍କ ମଧ୍ୟରେ ଆଗ୍ରହ ବଢିବା ସହିତ ସେବା ଓ ସୁରକ୍ଷା ନିମନ୍ତେ ଯୁବ ଗୋଷ୍ଠୀରେ ଏହା ଆହ୍ୱାନ ହେବା ଉଚିତ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଂଘ ସମ୍ପାଦକ ବିପିନି ବିହାରୀ ମହାନ୍ତି ବରିଷ୍ଠ ନାଗରିକ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ। ସଞ୍ଜୋଜକ କେଶବ ଚନ୍ଦ୍ର ବେହେରା ବାର୍ଷିକ ଉତ୍ସବକୁ ପରିଚାଳନା କରିଥିଲା ବେଳେ ଶିକ୍ଷାବିତ୍‍ ମନୋଜ କୁମାର ରାଉତଙ୍କ ସଂଯୋଜନାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ପାଲାକାର ବଶନ୍ତ ରଥ, ଶିକ୍ଷକ ଭୃଗୁରାମ ରାଉତ, ଡାକ୍ତର ରାମଚନ୍ଦ୍ର ରାଉତ, ରାମଚନ୍ଦ୍ର ଦାସ, ରମାମଣି ଦେଈ, ଶିକ୍ଷବିତ୍‍ ସୁଦର୍ଶନ ଦାସ, ମାଗୁଣି ସାହୁ, ଭୀମସେନ ନାୟକ, ବହ୍ଲବ ସାମଲ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ଉପଢୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଆମେ ବରିଷ୍ଠ ପତ୍ରିକା ଉନ୍ମୋଚିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବରିଷ୍ଠ ନାଗରିକ ମାନ୍ୟତା ପାଇଥିବା ବହୁ ବ୍ୟକ୍ତିଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଛି। ଶେଷରେ ସଞ୍ଜୋଜକ କେଶବ ଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘରେ ବର୍ତ୍ତମାନ ସୁଦ୍ଧା ୩ହଜାର ୭୧୫ଜଣ ବରିଷ୍ଠ ନାଗରିକ ନିଜର ନାମ ପଞ୍ଜୀକରଣ କରିଥିବା ସମ୍ପାଦକ ବିବରଣୀରେ ଦର୍ଶାଇଥିଲେ। ବିଭିନ୍ନ ସମୟରେ ଅନୁଷ୍ଠାନ ପକ୍ଷରୁ ସାମାଜିକ ସେବା ସହିତ ପରିବେଶ ଓ ବୃକ୍ଷରୋପଣ କାର୍ଯ୍ୟ ପରି ବହୁ ସାମାଜିକ କାର୍ଯ୍ୟରେ ଅନୁଷ୍ଠାନ ନିଜର ପ୍ରଶସ୍ତି ପାଇଥିବା ସମ୍ପାଦକ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories