www.samajalive.in
Monday, December 8, 2025
17.1 C
Bhubaneswar

ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାଡ଼ ଅଭିଯୋଗ, ୨ ଆହତ ; ୩ ଅଭିଯୁକ୍ତ ଯୁବକ ଗିରଫ

ବାରିପଦା : ଶିମିଳିପାଳର ସୀତାକୁଣ୍ଡ ପର୍ଯ୍ୟଟନସ୍ଥଳକୁ ପଶ୍ଚିମବଙ୍ଗର ପୁରୁଣା ଦୀଘା ଅଞ୍ଚଳରୁ ଦୁଇଟି ଗାଡିରେ ଛଅ ଜଣ ପୁରୁଷ, ପାଞ୍ଚ ଜଣ ମହିଳା ଓ ସାତ ଜଣ ଶିଶୁ ମୋଟ ୧୮ ଜଣ ବଙ୍ଗୀୟ ପର୍ଯ୍ୟଟକ ଆଜି ବଣଭୋଜି ପାଇଁ ଯାଇଥିଲେ। ସେଠାକୁ ମଧ୍ୟ ଦୁଇଟି ବାଇକରେ ଏଠାରୁ ଚାରି ଜଣ ଯୁବକ ମଧ୍ୟ ବୁଲିବାକୁ ଯାଇଥିଲେ। ଅପରାହ୍ଣ ପ୍ରାୟ ଦୁଇଟା ସମୟରେ ବର୍ଷା ହେଉଥିବା ବେଳେ କୁଆଡେ ଗାଡିରୁ କାଦୁଅ ଛାଟିବା ଘଟଣାକୁ କେନ୍ଦ୍ର କରି ପରସ୍ପରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଗାଳିଗୁଲଜ ସହ ମାରପିଟ୍‍ ହୋଇଥିବା ପ୍ରକାଶ। ପ୍ରଥମେ ତିନି ଜଣ ପର୍ଯ୍ୟଟକ ଜଣେ ଯୁବକଙ୍କୁ ମାଡ ମାରିଥିଲେ ବୋଲି ଯୁବକଙ୍କ ପକ୍ଷରୁ କୁହାଯାଇଛି।
ଏହା ପରେ ପର୍ଯ୍ୟଟକମାନେ ସେମାନଙ୍କର ଦୁଇଟି ଗାଡିରେ ଫେରୁଥିବା ବେଳେ ପ୍ରଥମେ ଅସ୍ତିଆ ଛକ ଏବଂ ପରେ ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇଠାରେ ଗାଡିକୁ ଅଟକାଇ ସେମାନଙ୍କୁ ମାଡ ମରାଯିବା ସହ ଗାଡି ଉପରେ ଆକ୍ରମଣ କରାଯାଇଥିବା ପର୍ଯ୍ୟଟକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୁଲିସ ପହଞ୍ଚି ପର୍ଯ୍ୟଟକଙ୍କ ଦୁଇଟି ଗାଡି ସହିତ ପର୍ଯ୍ୟଟକମାନଙ୍କୁ ଥାନାକୁ ଆଣିଥିଲେ ଏବଂ ପର୍ଯ୍ୟଟକଙ୍କ ମଧ୍ୟରୁ ଦୁଇ ଜଣ ଆହତ ଦେବ କୁମାର ପ୍ରଧାନ ଓ ରାଜୁ ଦାସଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ସେମାନଙ୍କର ମଧ୍ୟରୁ ଜଣେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ପଶ୍ଚିମବଙ୍ଗର ପୁରୁଣା ଦୀଘାର ଖାଦଲଗୋବ୍ରାର ଜୟ କୁମାର ମାଇତିଙ୍କ ଅଭିଯୋଗକ୍ରମେ ବାରିପଦା ଟାଉନ ଥାନାରେ ୨୩୩/୧୮ ନମ୍ବରର ଏକ ମାମଲା ବିଭିନ୍ନ ଦଫାରେ ୩ ଜଣଙ୍କ ସମେତ ଚାରି ଜଣ ଯୁବକଙ୍କ ବିରୋଧରେ ରୁଜୁ ହୋଇ ପୁଲିସ ତଦନ୍ତ ଚାଲିଛି।
ଏହି ଘଟଣାରେ ବାରିପଦା ଟାଉନ ଥାନାରେ ତିନି ଅଭିଯୁକ୍ତ ସଂଜୟ କୁମାର ସେଠୀ, ଉମେଶ କୁମାର ନାୟକ ଓ ଆଦିତ୍ୟ ସିଂଙ୍କୁ ଅଟକ ରଖାଯାଇଛି। ଅନ୍ୟ ପକ୍ଷରେ ଏହି ଯୁବକମାନଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କ ବିରୋଧରେ ବାରିପଦା ସଦର ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା ପ୍ରକାଶ। ଏହି ଘଟଣା ଏବେ ସହରରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories