www.samajalive.in
Monday, December 8, 2025
17.1 C
Bhubaneswar

ରାଜନୀତିରେ ହିଂସା ଗଣତନ୍ତ୍ର ପାଇଁ ଶୁଭ ସୂଚନା ନୁହେଁ

ଆଠଗଡ: ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ରାଜନୀତିରେ ହିଂସା ଗଣତନ୍ତ୍ର ପାଇଁ ଶୁଭ ସୂଚନା ନୁହେଁ ଏବଂ ସର୍ବୋପରି ଜଣେ ମହିଳା ନେତ୍ରୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ପରିତାପର ବିଷୟ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଗତ ୨୭ତାରିଖରେ ଆଠଗଡ ଏନଏସିର ବିଜେପି ନଗରପାଳ ପ୍ରାର୍ଥୀନୀ ଇଲା ପଣ୍ଡାଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରାଯିବା ଓ ସେଥିରେ ସେ ଗୁରୁତର ଆହତ ହେବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ଇଲାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ପ୍ରକାଶ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଶ୍ରୀମତୀ ପଟ୍ଟନାୟକ ପଦ୍ମସାହିସ୍ଥିତ ଇଲା ପଣ୍ଡାଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିବା ସହ ତାଙ୍କର ସ୍ୱାସ୍ଥାବସ୍ଥା ବୁଝିବା ସଙ୍ଗେ ସଙ୍ଗେ ତାଙ୍କର ଆରୋଗ୍ୟ କାମନା କରିଥିଲେ। ନଗରପାଳ ମହିଳା ପ୍ରାର୍ଥୀନୀଙ୍କୁ ଶାସକ ଦଳର ଜଣେ କର୍ମୀ ଗାଡି ଚଢାଇ ଜୀବନରୁ ମାରିଦେବା ଉଦ୍ୟମକୁ ବିଜେପି ମହିଳା ମୋର୍ଚ୍ଚା ଗୁରୁତର ସହ ନେଉଛି ଏବଂ ଆଗାମୀ ଦିନରେ ଏହା ବିରୁଦ୍ଧରେ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଆସି ଆନ୍ଦୋଳନ କରିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାଇ ଦେଇଥିଲେ। ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କର ଏହି ପରିଦର୍ଶନ ସମୟରେ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ନଗରମଣ୍ଡଳ କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ମହାନ୍ତି, ଅଜୟ ନାଏକ, ସୋମନାଥ ବେହେରା, ନିରଞ୍ଜନ ବେଉରା ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories