www.samajalive.in
Monday, December 8, 2025
17.1 C
Bhubaneswar

ବାଳିକା ହାଇସ୍କୁଲରେ ସହଯୋଗ ପ୍ରଶିକ୍ଷଣ ଶିବିର

ଆଠଗଡ: ଆଠଗଡ ମଣ୍ଡଳ ଶିକ୍ଷାଧିକାରୀଙ୍କ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୩ଦିନ ଧରି ଚାଲିଥିବା ସହଯୋଗ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରକୁ ପରିଚାଳନା କମିଟିର ସଭାପତି ଆଇନଜୀବୀ ସଭାପତି ସରୋଜ କୁମାର ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ। ଏଥିରେ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଶିକ୍ଷୟିତ୍ରୀ ଓ ଶିକ୍ଷକ ଯୋଗଦେଇ ବିଦ୍ୟାଳୟର ବିକାଶ କାର୍ଯ୍ୟକ୍ରମ, ଉନ୍ନତମାନର ଶିକ୍ଷାଦାନ ଏବଂ ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ ଓ ଭିନ୍ନକ୍ଷମ ଛାତ୍ରୀଙ୍କ ପାଇଁ ଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ କେତେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମଣ୍ଡଳ ସହ ଶିକ୍ଷାଧିକାରୀ ନବକିଶୋର ସାହୁ ୩ଦିନିଆ ସହଯୋଗ ପ୍ରଶିକ୍ଷଣ ଶିବିରକୁ ପରିଦର୍ଶନ କରି କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ। ଏହି ଶିବିରରେ ପ୍ରଶିକ୍ଷକ ଭାବେ କ୍ଷୀରୋଦ ଚନ୍ଦ୍ର ମିଶ୍ର ଓ ଶିକ୍ଷୟିତ୍ରୀ ମଧୁଲିତା ଦାଶ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶିକ୍ଷୟିତ୍ରୀ ହେମାଙ୍ଗିନୀ ସାହୁ, ବିଜୟିନୀ ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories