www.samajalive.in
Thursday, December 11, 2025
27.1 C
Bhubaneswar

ବିଦ୍ୟାଳୟ ପରିଚାଳନା ତାଲିମ ଶିବିର ଉଦ୍‍ଯାପିତ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହିରେ ଥିବା ସୁଇପର କଲୋନି ସରକାରୀ ପ୍ରାଥମିକ ବିଦ୍ୟାଳରେ ୩ଦିନ ଧରି ଚାଲିଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କର ତାଲିମ ଶିବିର ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ମାଳତୀ ଦେଈଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୭ ନମ୍ବର ୱାର୍ଡ଼ ନବ ନିର୍ବାଚିତ କାଉନସିଲର ଆଶୁତୋଷ ଦାସ ଓ ପରିଚାଳନା କମିଟି ଅଧ୍ୟକ୍ଷା ନମିତା ନାୟକ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସମସ୍ୟା ଗୁଡ଼ିକ ସମାଧାନ ଦିଗରେ ପରିଚାଳନା କମିଟିର ଭୂମିକା ଓ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ବିଦ୍ୟାଳୟରେ ଥିବା ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ କାଉନସିଲର ଶ୍ରୀ ଦାସ ପ୍ରକାଶ କରିଥିଲେ। ଶିକ୍ଷୟତ୍ରୀ ଡାଙ୍ଗୀ ମୁର୍ମୁ, ଦୀପିକା ଭୁୟାଁ, ରୀନା ବାଇ, ବୁଲୁ ସାହୁଙ୍କ ସମେତ କମିଟି ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories