ଏପ୍ରିଲ ଦୁଇ ତାରିଖରୁ ରାଜ୍ୟରେ ହେବ ସକାଳୁଆ ସ୍କୁଲ୍
ଭୁବନେଶ୍ୱର – ଖରା ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ଏପ୍ରିଲ ଦୁଇ ତାରିଖରୁ ସକାଳୁଆ ସ୍କୁଲ୍ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୬ଟା ୩୦ରୁ ୧୦ ଯାଏଁ ଏବଂ ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସକାଳ ୭ଟାରୁ ୧୧ ଯାଏଁ ପାଠ ପଢା ହେବ ।
ସେହିପରି ଏପ୍ରିଲମାସରୁ ରାଜ୍ୟ ସରକାର ମଧ୍ୟହ୍ନ ଭୋଜନ ଆରମ୍ଭ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟରେ ନବମରୁ ଯୁକ୍ତ ଦୁଇ ପିଲାଙ୍କର ପୂର୍ବହ୍ନ ୧୦ରୁ ଅପରାହ୍ନ ୪ଟା ଯାଏଁ ପାଠପଢା ଚାଲିଛି । ଅଷ୍ଟମ ଶ୍ରେଣୀ ପିଲାଙ୍କର ୧୦ ଟାରୁ ଗୋଟାଏ ପର୍ଯ୍ୟନ୍ତ ପାଠ ପଢା ହେଉଛି।
ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ନିଷ୍ପତ୍ତି ନେଇଥିବା କଥା ସୂଚନା ଦେଇଛନ୍ତି ।
Comments are closed.