www.samajalive.in
Tuesday, December 9, 2025
16.1 C
Bhubaneswar

ସିଆରପିଏଫ ବଙ୍କର ଉପରେ ଆକ୍ରମଣ ଘଟଣା ; ବୁର୍ଖାପିନ୍ଧି ଆକ୍ରମଣ କରିଥିଲେ ମହିଳା ; ତଲାସି ଜାରି

ଜମ୍ମୁ : ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ସହରରେ ବୁର୍ଖା ପିନ୍ଧି ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିବା ମହିଳାଙ୍କ ପରିଚୟ ମିଳିଛି। ସେ ଲଶ୍କର-ଇ-ତାଇବା ସହିତ ଜଡିତ ବୋଲି ଜଣାପଡିଛି । ବୁଧବାର ଆଇଜିପି କାଶ୍ମୀର ବିଜୟ କୁମାର କହିଛନ୍ତି, ଆକ୍ରମଣକାରୀ ଜଣେ ମହିଳା, ଯାହାର ପରିଚୟ ମିଳିଛି। ତାଙ୍କୁ ଖୋଜିବା ପାଇଁ ତଲାସି ଅଭିଯାନ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ।
ବୁର୍ଖା ପିନ୍ଧି ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିବା ମହିଳା ଲଶ୍କର-ଇ-ତାଇବା ସହ ଜଡିତ ଥିବା ସହ ପୂର୍ବରୁ ସେ ଅନେକ ଅପରାଧିକ ମାମଲାରେ ଜଡିତ ଥିବା ଜଣାପଡିଛି। ତାଙ୍କୁ ଧରିବା ପାଇଁ ପୁଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଅଭିଯାନ ଜାରି ରଖିଛନ୍ତି।
ସୂଚନା ଯୋଗ୍ୟ, ବୁର୍ଖା ପିନ୍ଧିଥିବା ଜଣେ ମହିଳା ମଙ୍ଗଳବାର ସନ୍ଧ୍ୟାରେ ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ସହରରେ ପେଟ୍ରୋଲ ବୋମା ସହିତ ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ବୋଲି ସୂଚନା ମିଳିଛି। ଏହି ଘଟଣାଟି ସିସିଟିଭିରେ କଏଦ ହୋଇଥିଲା  ।  ଆକ୍ରମଣକାରୀଙ୍କ ଫଟୋ ସିସିଟିଭିରେ ରେକର୍ଡ କରାଯାଇଥିଲା। ଯାହାର ଭିଡିଓ ସାମ୍ନାକୁ ଆସିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories