www.samajalive.in
Monday, December 8, 2025
17.1 C
Bhubaneswar

ଲୁଟେରାଙ୍କ ନଜରରେ ବ୍ୟାଙ୍କ; ଦୈନିକ ହେଉଛି ୧୦୦ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ବ୍ୟାଙ୍କିଂ ଠକେଇ । ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ବ୍ୟାଙ୍କିଂ ଠକେଇକୁ ରୋକାଯାଇ ପାରୁନାହିଁ । ଫଳରେ ବ୍ୟାଙ୍କ ଗୁଡ଼ିକ ଅନେକ କ୍ଷତି ସହୁଛନ୍ତି । ଦେଶର ସମସ୍ତ ରାଜ୍ୟରେ ଏପରି ଘଟଣା ସାମ୍ନାକୁ ଆସୁଛି । ସବୁଠାରୁ ବଡ଼ କଥା ହେଉଛି ଏହି ଠକେଇରେ ସର୍ବ ପ୍ରଥମେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରର ବ୍ୟାଙ୍କ ଗୁଡ଼ିକରେ ସର୍ବାଧିକ ଠକେଇ ହୋଇଥିବା ସୂଚନା ଦେଇଛି ଆରବିଆଇ ।

ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଗତ ୭ ବର୍ଷ ମଧ୍ୟରେ ଦେଶରେ ମାତ୍ରାଧିକ ଠକେଇ ହୋଇଛି । ଠକେଇ ଯୋଗୁ ଦେଶରେ ଦୈନିକ ୧୦୦ କୋଟି ଟଙ୍କା କ୍ଷତି ହୋଇଛି । ବ୍ୟାଙ୍କିଂ ଠକେଇ ଯୋଗୁ ସବୁଠାରୁ ଅଧିକ ମହାରାଷ୍ଟ୍ର କ୍ଷତି ସହିଛି ବୋଲି କହିଛି ଆରବିଆଇ । ମହାରାଷ୍ଟ୍ର​‌ରେ ପ୍ରାୟ ୫୦% ବ୍ୟାଙ୍କ ସ୍କାମ ହୋଇଥିବା କୁହାଯାଇଛି ।

- Advertisement -

ବ୍ୟାଙ୍କ ଠକେଇରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ରାଜଧାନୀ ନୂଆଦିଲ୍ଲୀ । ପରେ ପରେ ତେଲେଙ୍ଗାନା, ଗୁଜୁରାଟ ଏବଂ ତାମିଲନାଡୁରେ ଠକେଇ ହୋଇଛି । ଗତ ସାତ ବର୍ଷ ମଧ୍ୟରେ ଏହି ୫ଟି ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କିଂ ସ୍କାମ ହୋଇଛି । ଏହା ସ୍କାମର ମୋଟ ପରିମାଣର ୮୩ ପ୍ରତିଶତ ଅଟେ ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories