www.samajalive.in
Monday, December 8, 2025
27.1 C
Bhubaneswar

ଏଣିକି ସିଧା ପ୍ରସାରଣ ହେବ ଶୁଣାଣି

ନୂଆଦିଲ୍ଲୀ: ମାମଲାର ଶୁଣାଣି ପ୍ରକ୍ରିୟାକୁ ସିଧା ପ୍ରସାରଣ କରିବାକୁ ସୁପ୍ରିମକୋର୍ଟ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ସର୍ବସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଚାରବିଭାଗୀୟ ପ୍ରକ୍ରିୟାର ପାରଦର୍ଶିତା ପ୍ରମାଣିତ କରିବା କ୍ଷେତ୍ରରେ ସିଧା ପ୍ରସାରଣ ଫଳପ୍ରଦ ହେବ ବୋଲି କୋର୍ଟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ଏହା ବ୍ୟତୀତ ଜନସାଧାରଣ କୋର୍ଟ ପରିସରରେ ହେଉଥିବା ନିଷ୍ପତ୍ତି ଶୀଘ୍ର ଓ ତ୍ୱରିତ ବେଗରେ ଜାଣି ପାରିବେ ବୋଲି କୋର୍ଟ ପକ୍ଷରୁ ପ୍ରକାଶ କରାଯାଇ ଥିଲା। ଅବଶ୍ୟ ସ୍ପର୍ଶକାତର ମାମଲାରେ ଏହି ପ୍ରକ୍ରିୟାରେ ଶବ୍ଦକୁ ବନ୍ଦ କରି କେବଳ କୋର୍ଟ ପରିସରର ଦୃଶ୍ୟ ଦେଖିବାର ସୁଯୋଗ ପ୍ରଦାନ କରାଯିବ ବୋଲି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ସୂଚନା ଦେଇଛନ୍ତି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହିଲ ତ୍ରିପାଠୀଙ୍କ ଦ୍ୱାରା ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ରାଷ୍ଟ୍ରୀୟ ସ୍ୱାର୍ଥ ସମ୍ବନ୍ଧିତ ମାମଲାର ଶୁଣାଣି ପ୍ରକ୍ରିୟାକୁ ସିଧା ପ୍ରସାରଣ କରିବାକୁ ଜନସ୍ୱାର୍ଥ ମାମଲାରେ ନିଦେବଦନ କରାଯାଇ ଥିଲା। ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସର୍ବୋଚ୍ଚ ବିଚାରପତିଙ୍କ କୋର୍ଟରେ ଚାଲିଥିବା ମାମଲା ସିଧାପ୍ରସାରଣ ଦ୍ୱାରା ସର୍ବସାଧାରଣରେ ପ୍ରକାଶ କରିବା ଉପରେ ଗୁୁରୁତ୍ୱ ଦେଇଥିଲେ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories