ଦେଶରେ ହ୍ରାସ ସଂକ୍ରମଣ ; ବୃଦ୍ଧି ଆରୋଗ୍ୟହାର
ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧ହଜାର ୬୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୮,୦୩୨କୁ ବୃଦ୍ଧି ପାଇଛି। ଆଉ ୨,୩୪୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୪,୮୦,୪୩୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟହାର ୯୮.୭୫%। ୧୬,୭୪୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୪%। ସେହିପରି ଦିନକ ପୂର୍ବରୁ ୬,୫୮,୪୮୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ଏଯାଏଁ ୭୮,୬୩,୦୨,୭୧୪ ନୁମନା ପରୀକ୍ଷା କରାଯାଇଛି। ଦିନକରେ ୨୯,୦୭,୪୭୯ ଟିକା ନେଇଥିବା ବେଳେ ମୋଟ ୧,୮୨,୮୭,୬୮,୪୭୬ ଟିକାକରଣ କରାଯାଇଛି। ଆଜି ଅପରାହ୍ନ ଯାଏଁ ୨୨,୧୯,୧୬୭ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Comments are closed.