www.samajalive.in
Monday, December 8, 2025
27.1 C
Bhubaneswar

‘ଆଧାର’, ଏସ୍‌ସି/ଏସ୍‌ଟି ରାୟ ଆଜି

ନୂଆଦିଲ୍ଲୀ : ‘ଆଧାର’ର ସାମ୍ବିଧାନିକ ବୈଧତା ସମ୍ପର୍କିତ ମାମଲାର ରାୟ ବୁଧବାର ପ୍ରକାଶ ପାଇବ। ଦେଶର ନାଗରିକ ପରିଚୟ ଯାଞ୍ଚ ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ଆଧାର ନମ୍ବର ବାସ୍ତବରେ ନାଗରିକଙ୍କ ଗୋପନୀୟତା କ୍ଷୁଣ୍ଣ କରୁଥିବାରୁ ଏହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ମାମଲା ଦାୟର ହୋଇଥିଲା। ନାଗରିକଙ୍କ ସମ୍ମତି ବିନା ସେମାନଙ୍କ ଅଙ୍ଗୁଳି ଛାପ, ଆଖିର ସ୍କାନ୍‍ ଭଳି ଏକାଧିକ ବ୍ୟକ୍ତିଗତ ତଥ୍ୟ ହାସଲ କରାଯାଉଥିବା ଓ ଏହାର ଦୁରୁପଯୋଗ ହେଉଥିବା ଆବେଦନକାରୀ ଦର୍ଶାଇଥିଲେ। ଏହି ତଥ୍ୟ ପ୍ରଘଟ ହେବା ଦ୍ୱାରା ନାଗରିକର ସମ୍ବିଧାନ ପ୍ରଦତ୍ତ ବ୍ୟକ୍ତିଗତ ଗୋପନୀୟତା ଅଧିକାର କ୍ଷୁଣ୍ଣ ହେଉଥିବାର ଅଭିଯୋଗ ଏଥିରେ ହୋଇଥିଲା। ସରକାର ପ୍ରତ୍ୟେକ କ୍ଷେତ୍ରରେ ଆଧାର ପ୍ରଚଳନ ଉପରେ ଜୋର୍‍ ଦେଉଥିଲାବେଳେ ଏ ନେଇ ବିବାଦ ଲାଗିରହିଛି। ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟରେ ୩୦ଟି ଆବଦେନ ଉପରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସମ୍ବିଧାନ ପୀଠ ଏହା ଉପରେ ମେ ୧୦ରେ ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ।
ସେହିଭଳି ଅନୁସୂଚିତ ଜାତି ଓ ଜନଜାତି ବର୍ଗ(ଏସ୍‍ସି/ଏସ୍‍ଟି)ର ସରକାରୀ ଚାକିରିଆଙ୍କୁ ସଂରକ୍ଷଣ ଭିତ୍ତିକ ପଦୋନ୍ନତି ପ୍ରଦାନ ଉପରେ ପୁନଃବିଚାର ପାଇଁ ହୋଇଥିବା ଆବେଦନ ଉପରେ ମଧ୍ୟ ବୁଧବାର ରାୟ ପ୍ରକାଶ ପାଇବ। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସମ୍ବିଧାନ ପୀଠରେ ଏହି ମାମଲାର ଶୁଣାଣି ଅଗଷ୍ଟ ୩୦ରେ ଶେଷହୋଇ ରାୟ ସଂରକ୍ଷିତ ଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories